ETV Bharat / city

ଦଇତାପତିଙ୍କୁ ମିଳିଲା ପରିଚୟ ପତ୍ର - daitapati get identity proof

ଦଇତାପତିଙ୍କୁ ମିଳିଲା ପରିଚୟ ପତ୍ର । ଦଇତାପତି ସେବାୟତ ଓ ଶୁଦ୍ଧ ସୁଆର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପରିଚୟ ପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ...

daitapati get identity proof in srimandir
ଦଇତାପତିଙ୍କୁ ମିଳିଲା ପରିଚୟ ପତ୍ର
author img

By

Published : May 29, 2020, 7:07 PM IST

ପୁରୀ: ଆସୁଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଦଇତାପତି ସେବାୟତ ଓ ବିଶ୍ୱାବସୁ ଦଇତାପତି ଶୁଦ୍ଧ ସୁଆର ନିଯୋଗ ମହାପ୍ରଭୁଙ୍କ ନୀତି କାନ୍ତି ବିଭିନ୍ନ ସେବା ପୂଜାରେ ନିୟୋଜିତ ହେବେ। ତେବେ ଇତି ମଧ୍ୟରେ ଦଇତାପତି ସେବାୟତ ଓ ଶୁଦ୍ଧ ସୁଆର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପରିଚୟ ପତ୍ର ପ୍ରଦାନ କରିଛି। ଏହାଦ୍ୱାରା ଦଇତାପତି ମାନେ ଶ୍ରୀମନ୍ଦିରକୁ ପରିଚୟ ପତ୍ର ଦେଖାଇ ପ୍ରବେଶ କରିବେ। ଏହା ଦ୍ୱାରା ଶ୍ରୀମନ୍ଦିରରେ ପ୍ରବେଶ ବେଳେ କୌଣସି ଅସୁବିଧା ହେବ ନାହିଁ।

ଦଇତାପତିଙ୍କୁ ମିଳିଲା ପରିଚୟ ପତ୍ର

କେବଳ ସେତିକି ନୁହେଁ ଶ୍ରୀମନ୍ଦିରରେ ଦୈନିକ ସେବାପୂଜା କରୁଥିବା ସେବାୟତଙ୍କୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପରିଚୟ ପତ୍ର ପ୍ରଦାନ କରିଛି । ଏହା ଦ୍ୱାରା ଶ୍ରୀମନ୍ଦିର ପ୍ରବେଶ ବେଳେ ପୋଲିସକୁ ପରିଚୟ ଜାଣିବାରେ ଅସୁବିଧା ହେବ। ସେହିପରି ଶ୍ରୀମନ୍ଦିର ଭିତରେ ଅନେକ ବାହାର ବ୍ୟକ୍ତି ସେବାୟତ ଭଳି ବେଶ ପୋଷାକ ହୋଇ ଯାତ୍ରୀ ଓ ଭକ୍ତଙ୍କୁ ଶୋଷଣ ଓ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ପରିଚୟପତ୍ର ଦ୍ୱାରା ପ୍ରକୃତ ସେବକଙ୍କ ବିଷୟରେ ଭକ୍ତ ଅବଗତ ହୋଇ ପାରିବେ। ଶ୍ରୀମନ୍ଦିର ଭିତରେ ବିଶୃଙ୍ଖଳା ରୋକି ହୋଇ ପାରିବ ବୋଲି ବରିଷ୍ଠ ସେବାୟତ ପ୍ରକାଶ କରିଛନ୍ତି।

ପୂର୍ବରୁ ଶ୍ରୀମନ୍ଦିର ସେବାୟତ ଙ୍କୁ ପରିଚୟ ପ୍ରଦାନ ନେଇ ଛତିସା ନିଯୋଗ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ଦାବି କରି ଆସୁଥିଲା । ପରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ସେବାୟତ ମାନଙ୍କ ପାଇଁ ପରିଚୟପତ୍ର ପ୍ରଦାନ ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ସେବାୟତ ଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ଆରମ୍ଭ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.