ETV Bharat / city

ରଥ ନିର୍ମାଣ ଦାବି କଲା ଦଇତାପତି ନିଯୋଗ

ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା ପରେ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ନିଷ୍ପତ୍ତି ହେବ ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ନିଷ୍ପତି ନେଇଥିଲେ। ତେବେ ଇତିମଧ୍ୟରେ କେନ୍ଦ୍ର ସରକାର ଲକ୍‌ଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବଢାଇ ଦେଇଥିବାବେଳେ ରଥ ନିର୍ମାଣ କାର୍ଯ୍ୟ କିନ୍ତୁ ଆରମ୍ଭ ହୋଇନାହିଁ। ସେପଟେ ବିଳମ୍ବ ନ କରି ତୁରନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦଇତାପତି ନିଯୋଗ ଦାବି କରିଛି। ଅଧିକ ପଢନ୍ତୁ...

construction of chariot
ରଥ ନିର୍ମାଣ ଦାବି କଲା ଦଇତାପତି ନିଯୋଗ
author img

By

Published : May 4, 2020, 3:48 PM IST

ପୁରୀ: ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା ପରେ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ନିଷ୍ପତ୍ତି ହେବ ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ନିଷ୍ପତି ନେଇଥିଲେ। ତେବେ ଇତିମଧ୍ୟରେ କେନ୍ଦ୍ର ସରକାର ଲକ୍‌ଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବଢାଇ ଦେଇଥିବାବେଳେ ରଥ ନିର୍ମାଣ କାର୍ଯ୍ୟ କିନ୍ତୁ ଆରମ୍ଭ ହୋଇନାହିଁ। ସେପଟେ ବିଳମ୍ବ ନ କରି ତୁରନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦଇତାପତି ନିଯୋଗ ଦାବି କରିଛି।

ରଥ ନିର୍ମାଣ ଦାବି କଲା ଦଇତାପତି ନିଯୋଗ

ଏକ ସାମ୍ବାଦିକ ସମ୍ମିଳନୀ ଦଇତାପତି ନିଯୋଗ ଗଣମାଧ୍ୟମରେ ଏହି ଦାବି ରାଜ୍ୟ ସରକାରଙ୍କ ଉଦେଶ୍ୟରେ ରଖିଛି। ପୁରୀ ଗ୍ରୀନ ଜୋନରେ ରହିଛି । କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଗ୍ରୀନ ଜୋନରେ ନିର୍ମାଣ କାର୍ଯ୍ୟ ହୋଇ ପାରିବ। କିନ୍ତୁ ରାଜ୍ୟ ସରକାର ରଥ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଉ ନାହାନ୍ତି ତାକୁ ନେଇ ପ୍ରଶ୍ନ କରିଛି ଦଇତାପତି ନିଯୋଗ।

ସେହିପରି ଏବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ଜୁନ 23 ସୁଦ୍ଧା ତିନି ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିବ ନାହିଁ। ଫଳରେ ରଥଯାତ୍ରା ମଧ୍ୟ ସମ୍ଭବ ହେବ ନାହିଁ। ତେଣୁ ସରକାର ଏବେ ରଥ ନିର୍ମାଣ ନେଇ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିଯୋଗ ଦାବି କରିଛି ।

ଏହାସହ ଯଦି ରଥଯାତ୍ରା ବେଳକୁ ସ୍ଥିତି ଖରାପ ଥିବ ସେହି ସମୟ ଦେଖି ରଥଯାତ୍ରା ହେବ କି ନାହିଁ ନିଷ୍ପତ୍ତି ହୋଇ ପାରିବ। ଏ ନେଇ ଦଇତାପତି ନିଯୋଗ ସରକାରଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବ। ପ୍ରଥମେ ମାନବିକତା ଓ ସମାଜର ସୁରକ୍ଷା ପରେ ସମସ୍ତ ଯାନୀଯାତ୍ରା । ତେଣୁ ଦଇତାପତି ନିଯୋଗ ସମର୍ଥନ କରିବ କିନ୍ତୁ ଏବେ ଠୁ ରଥ ନିର୍ମାଣ କର୍ଯ୍ୟ ଆରମ୍ଭ ନ ହେଲେ ଯଦି ରଥଯାତ୍ରା ବେଳକୁ ସ୍ଥିତି ଭଲ ଥିବ ରଥ ବିନା ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ନିଯୋଗ କହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.