ପୁରୀ: ବାତ୍ୟା ୟସର ପ୍ରଭାବ ପୁରୀରେ ପଡିନାହିଁ । ତେବେ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ବାତ୍ୟା ୟସ ପ୍ରଭାବରେ ଦୁଇ ଦିନ ଧରି ବର୍ଷା ଓ ପବନ ହୋଇଛି । ଏଥିଯୋଗୁଁ ୪-୫ଟି ବିଦ୍ୟୁତ ଖୁଣ୍ଟ ଉପୁଡିଛି ।
ଉପୁଡି ପଡିଥିବା ଖୁଣ୍ଟର ତୁରନ୍ତ ମରାମତି କରାଯାଇ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇଛି । ତେବେ ସବୁ ବିଭାଗକୁ କ୍ଷୟକ୍ଷତି ନେଇ ରିପୋର୍ଟ ମଗାଯାଇଛି । ୨-୩ଦିନ ମଧ୍ୟରେ ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ