ETV Bharat / city

ମମିତା ମେହେର ହତ୍ୟାକାଣ୍ଡ: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କଲା CPI(M) - mamita meher murder case

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି CPI(M)। ଏହାକୁ ନେଇ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ...

ମମିତା ମେହେର ହତ୍ୟାକାଣ୍ଡ: ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା CPI(M)

author img

By

Published : Oct 22, 2021, 9:46 PM IST

ପୁରୀ: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି CPI(M) । ଏହାକୁ ନେଇ CPI(M) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମମିତା ମେହେର ହତ୍ୟାକାଣ୍ଡରେ ମହାଲିଙ୍ଗ ସନସାଇନ୍‌ ସ୍କୁଲ ମାଲିକଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ କେତେକ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ଦଳ ।

ମମିତା ମେହେର ହତ୍ୟାକାଣ୍ଡ: ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା CPI(M)

ଏଥିପାଇଁ ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ପୁରୀ ସିପିଆଇ ଦାବି କରିବା ସହ ବିକ୍ଷୋଭ କରିଛି । ନବୀନ ସରକାରଙ୍କ ଶାସନରେ ସୁପରିକଳ୍ପିତ ହତ୍ୟାକାଣ୍ଡ ସହ ରାଜ୍ୟରେ ଦିନକୁ ଦିନ ପୋଲିସ ହାଜତ ମୃତ୍ୟୁ, ଦଳିତ ଅତ୍ୟାଚାର ଓ ନିର୍ଯାତନା ବଢ଼ି ଚାଲିଛି । ଶାସକଦଳ ନେତା, ମନ୍ତ୍ରୀଙ୍କ ପ୍ରରୋଚନା ଓ ସାହାଯ୍ୟ ସମର୍ଥନ ଯୋଗୁଁ ପୋଲିସ ନିଷ୍କ୍ରିୟ ହୋଇ ବସିରହିଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ଆଜି (ଶୁକ୍ରବାର) ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ CPI(M) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମମିତା ମେହେର ଜଘନ୍ୟ ହତ୍ୟାକାଣ୍ଡରେ ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ବବଧାନରେ SIT ଗଠନ କରି ତଦନ୍ତ ଦାବି କରିଛି ସିପିଆଇ । ଏହାସହ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଓ ଘଟଣାରେ ସମ୍ପୃକ୍ତି ଥିବା ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସହ ମମିତା ମେହେରଙ୍କ ପରିବାରକୁ ଏକକୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଦାବି କରାଯାଇଛି । ଦାବି ପୂରଣ ନହେଲେ ତୀବ୍ରତର ଆନ୍ଦୋଳନ ଧମକ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.