ପୁରୀ: ଜିଲ୍ଲାରେ 13 ହଜାର ଅତିକ୍ରମ କରିଛି କୋଭିଡ ସଂକ୍ରମଣ । ଗତ 24 ଘଣ୍ଟାରେ 34 ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି ।
![covid19 update in puri district](https://etvbharatimages.akamaized.net/etvbharat/prod-images/od-pur-19-puri-covidupdate-avo-7205521_09112020233037_0911f_1604944837_980.jpg)
ପୁରୀ ଜିଲ୍ଲାରେ କୋଭିଡ ପଜିଟିଭ ବର୍ତ୍ତମାନ ମୋଟ 13 ହଜାର 21ରେ ପହଞ୍ଚିଛି । ମୋଟ ମୃତ୍ୟୁ ସଂଖା 87 ରହିଛି । ତେବେ ପୁରୀ ଜିଲ୍ଲାରେ 509 ଟି ମୋଟ ଆକ୍ଟିଭ କେସ ରହିଛି । ଆଜି ପର୍ଯ୍ୟନ୍ତ 1 ଲକ୍ଷ 42ହଜାର 430 ଟି ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ହୋଇଛି । ସେହିପରି 12ହଜାର 4ଶହ 22ଜଣ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ସୁସ୍ଥ ହାର 95.40 ପ୍ରତିଶତ ରହିଛି । ତେବେ ଆଗକୁ ଶୀତର ପ୍ରକୋପ ଯୋଗୁଁ କୋଭିଡ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି । ଏଣୁ ପୁରୀ ଜିଲ୍ଲା ବାସି ପୂର୍ବ ଭଳି ସମସ୍ତ କୋଭିଡ ଗାଇଡ଼ ଲାଇନ ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । ସମସ୍ତଙ୍କୁ ମାସ୍କ , ସାନିଟାଇଜର ଓ ସାମାଜିକ ଦୂରତା ପାଳନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ