ETV Bharat / city

ଶ୍ରୀମନ୍ଦିରରେ କୋଭିଡ୍‌ ଗାଇଡଲାଇନକୁ ଫୁ, ମାନୁନାହାଁନ୍ତି ସେବାୟତ ଓ ପୋଲିସ - Srimandir Covid guidelines

ଶ୍ରୀମନ୍ଦିରରେ ପ୍ରବେଶ କରୁଥିବା ସେବାୟତଙ୍କ ପାଇଁ କୋଭିଡ ଗାଇଡଲାଇନ ଜାରି କରାଯାଇଛି। ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ସେବାୟତ ମୁହଁରେ ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ କରିବା, ମନ୍ଦିର ଭିତରେ ପାନ ଛେପ ନ ପକାଇବା ନେଇ କଟକଣା କରଯାଇଛି। ହେଲେ ଏହା କେବଳ ଘୋଷଣାରେ ରହିଥିବା ଦେଖାଦେଇଛି । ସେପଟେ ଏନେଇ ନଜର ରଖାଯାଇଛି ସେ ଯିଏ ବି ହୁଅନ୍ତୁ ଶ୍ରୀମନ୍ଦିରରେ କୋଭିଡ ଗାଇଡଲାଇନ ଉଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି।

ଶ୍ରୀମନ୍ଦିରରେ କୋଭିଡ୍‌ ଗାଇଡଲାଇନ ଢିଲା, ମାନୁ ନାହାଁନ୍ତି ସେବାୟତ ଓ ପୋଲିସ

author img

By

Published : Oct 5, 2020, 9:30 AM IST

ପୁରୀ: ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ବଢିବା ପରେ ଏହାକୁ ରୋକିବାକୁ କୋଭିଡ ଗାଇଡଲାଇନକୁ ପ୍ରଶାସନ କଠୋର କରିଛି। କିନ୍ତୁ ଏହି ନିୟମକୁ ଖୁଲମଖୁଲା ଉଲଙ୍ଘନ କରୁଛନ୍ତି କିଛି ସେବାୟତ ଓ ଶ୍ରୀମନ୍ଦିରରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ।

ଶ୍ରୀମନ୍ଦିରରେ କୋଭିଡ୍‌ ଗାଇଡଲାଇନ ଢିଲା, ମାନୁ ନାହାଁନ୍ତି ସେବାୟତ ଓ ପୋଲିସ

ମୁହଁରେ ମାସ୍କ ନପିନ୍ଧି ଶ୍ରୀମନ୍ଦିରରେ ସେବା ଯୋଗାଇ ଦେଉଛନ୍ତି । କୋରୋନା ପାଇଁ ସଚେତନ ନହୋଇ ଖୁଲମଖୁଲା ନିୟମ ଭାଙ୍ଗୁଛନ୍ତି । କେବଳ ଏମାନେ ହିଁ ନୁହଁନ୍ତି, ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଯାଞ୍ଚ କରିବା ପାଇଁ ଥିବା ପୋଲିସ କର୍ମଚାରୀ ବି ଠିକ୍‌ରେ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କୋରୋନା କଟକଣା ପାଇଁ ପ୍ରଶାସନର ଗାଇଡଲାଇନକୁ କିଛି ବରିଷ୍ଠ ସେବାୟତ ସ୍ବାଗତ କରିଥିବାବେଳେ ସମସ୍ତେ ଏହାକୁ ମାନିବା ଉଚିତ୍‌ ବୋଲି ସେମାନେ କହିଛନ୍ତି । ଏହାସହ ନିୟମ ହୋଇଥିବା ସତ୍ତ୍ବେ ଯେଉଁ ଅମାନିଆ ସେବାୟତ ଓ ପୋଲିସ ଅଧିକାରୀ ନିୟମ ମାନୁନାହାଁନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବରିଷ୍ଠ ସେବାୟତ ମାନେ କହିଛନ୍ତି ।

ସୂଚନା ଅନୁଯାୟୀ, ପାଖାପାଖି 500ରୁ ଅଧିକ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇ ସାରିଲେଣି। ସେହିପରି ପାଖାପାଖି 15 ଜଣ ସେବାୟତଙ୍କ କୋଭିଡରେ ପ୍ରାଣ ଗଲାଣି। ତେଣୁ ଅଗାମୀ ଦିନରେ ଶ୍ରୀମନ୍ଦିର ଭିତରେ ଯେଭଳି କୋଭିଡ ସଂକ୍ରମଣ ଅଧିକ ନ ବ୍ୟାପେ ସେନେଇ ଶ୍ରୀମନ୍ଦିର ପ୍ରବେଶ କରୁଥିବା ସେବାୟତ, ମନ୍ଦିର କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଆହୁରି କଡାକଡି କରାଯାଇଛି ।

ଶ୍ରୀମନ୍ଦିରରେ ପ୍ରବେଶ ବେଳେ ମାସ୍କ ପିନ୍ଧିବା, ଚାରିଦ୍ବାରରେ ହାତ ସାନିଟାଇଜ କରିକି ଯିବା, ଥର୍ମାଲ ସ୍କ୍ରିନିଂ ସମେତ ମନ୍ଦିର ଭିତରେ ପାନ ଛେପ ନ ପକାଇବା ନିୟମକୁ କଡାକଡି କରାଯାଇଛି । ହେଲେ କିଛି ସେବାୟତ ଏହାକୁ ମାନୁନଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ନିୟମ ଉଲଙ୍ଘନ ପ୍ରସଙ୍ଗରେ ସ୍ବତନ୍ତ୍ର ଟିମ୍‌ ଜରିଆରେ ଶ୍ରୀମନ୍ଦିର ପାଖରେ ନଜର ରଖାଯିବ । ନିୟମ ଉଲଙ୍ଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି । ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ଯୋଗୁଁ ପ୍ରଶାସନ ନିୟମ କଟକଣା କରିଥିବାବେଳେ କିଛି ନିୟମ ଉଲଙ୍ଘନକାରୀଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.