ETV Bharat / city

ଜଗନ୍ନାଥ ସଂସ୍କୃତିରୁ କୋରୋନା ଚିକିତ୍ସା

କୋରୋନା କବଳରେ ଏବେ ସାରା ବିଶ୍ବ କବଳିତ । ଯେଉଁଥିଲାଗି ବିଦେଶରୁ ଆସୁଥିବା କିମ୍ବା କୌଣସି ସନ୍ଦିଗ୍ଧଙ୍କୁ 14 ଦିନ ପର୍ଯ୍ୟନ୍ତ କ୍ବାରାଣ୍ଟାଇନରେ ତଥା ହୋମ ଆଇସୋଲେସନରେ ରଖାଯାଉଛି । ତେବେ ମହାପ୍ରଭୁ ଜଗନ୍ନାଥଙ୍କୁ ଜ୍ବର ସମୟରେ 14 ଦିନ ଅଣସରରେ ରଖାଯାଉଥିବାରୁ ଜଗନ୍ନାଥ ସଂସ୍କୃତି ବିଜ୍ଞାନ ଉପରେ ଆଧାରିତ ଥିବା ଚର୍ଚ୍ଚା ହେଉଛି ।

jagannath culture
ଜଗନ୍ନାଥ ସଂସ୍କୃତିରୁ କୋରୋନା ଚିକିତ୍ସା
author img

By

Published : Mar 20, 2020, 3:42 PM IST

ପୁରୀ: କୋରୋନା କବଳରେ ଏବେ ସାରା ବିଶ୍ବ କବଳିତ । ଏଥିରୁ ମୁକ୍ତି ପାଇବା ଲାଗି ସାମାଜିକ ଦୂରତ୍ୱକୁ ପ୍ରାଥମିକତା ଦିଆଯାଉଛି । ବିଦେଶରୁ ଆସୁଥିବା କିମ୍ବା କୌଣସି ସନ୍ଦିଗ୍ଧଙ୍କୁ 14 ଦିନ ପର୍ଯ୍ୟନ୍ତ କ୍ବାରାଣ୍ଟାଇନରେ ତଥା ହୋମ ଆଇସୋଲେସନରେ ରଖାଯାଉଛି । ସେମାନଙ୍କୁ କୌଣସି ଲୋକଙ୍କ ସହିତ ମିଶିବାକୁ ଦିଆଯାଉନାହିଁ ।

ଯାହାକି ଜଗନ୍ନାଥ ସଂସ୍କୃତିରେ ଦେଖିବାକୁ ମିଳେ । ପ୍ରଭୁ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ବଡଭାଇ ବଳଭଦ୍ରଙ୍କୁ ଜ୍ବର ହେବା ସମୟରେ ପ୍ରଭୁବି 14 ଦିନ ଅଣସର ଘରେ ରୁହନ୍ତି । ଯେଉଁ ସମୟରେ ପ୍ରଭୁଙ୍କୁ କେହି ଦର୍ଶନ କରନ୍ତି ନାହିଁ । ଏପରିକି ବଡଦେଉଳରେ ମହାପ୍ରଭୁଙ୍କ ପଟିଦିଅଁଙ୍କୁ ପୂଜା କରାଯାଏ । ବଡଠାକୁରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କ ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ବରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଆନ୍ତି ।

ଦେବସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମା ଉପରେ ସୁନାକୂଅର ଅଧିବାସ ହୋଇ ରହିଥିବା 108 ଗରା ଜଳ ଢଳା ହୋଇ ସ୍ନାନ କରାଯାଏ । ଲଗାତର 21ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପଖେଳିବା ପରେ ଶ୍ରୀଜୀଉମାନେ 108 ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ବର ହୋଇଛି ବୋଲି କୁହାଯାଏ। ପରେ ମହାପ୍ରଭୁ 14 ଦିନ ଅଣସରରେ ରହିବା ପରେ ସୁସ୍ଥ ହୁଅନ୍ତି । ନବଯୌବନ ଦର୍ଶନ ଦିଅନ୍ତି ।

ବର୍ତ୍ତମାନ ସ୍ଥିତିରେ ବିଜ୍ଞାନ ତଥା ମେଡିକାଲ ସାଇନ୍ସ କୋରୋନାକୁ ମୁକାବିଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ 14 ଦିନ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି । ଯାହାକୁ ନେଇ ଜଗନ୍ନାଥ ସଂସ୍କୃତି ବିଜ୍ଞାନ ଉପରେ ଆଧାରିତ ଥିବା ଲୋକେ କହିବା ଆରମ୍ଭ କଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.