ETV Bharat / city

ମହାପ୍ରଭୁଙ୍କୁ ଦର୍ଶନ କଲେ କମେଡି କିଙ୍ଗ କପିଲ ଶର୍ମା

ହାସ୍ୟ ଅଭିନେତା କପିଳ ଶର୍ମା ଆଜି ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

ମହାପ୍ରଭୁଙ୍କୁ ଦର୍ଶନ କଲେ କମେଡି କିଙ୍ଗ କପିଲ ଶର୍ମା
ମହାପ୍ରଭୁଙ୍କୁ ଦର୍ଶନ କଲେ କମେଡି କିଙ୍ଗ କପିଲ ଶର୍ମା
author img

By

Published : Mar 21, 2022, 10:00 PM IST

ପୁରୀ: ହାସ୍ୟ ଅଭିନେତା କପିଳ ଶର୍ମା ଆଜି (ସୋମବାର) ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି । କପିଳ ଶର୍ମା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ସେବାୟତମାନେ ତାଙ୍କୁ ସ୍ବାଗତ କରିଥିଲେ ।

ମହାପ୍ରଭୁଙ୍କୁ ଦର୍ଶନ କଲେ କମେଡି କିଙ୍ଗ କପିଲ ଶର୍ମା

କପିଳ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ବେଢ଼ା ଭିତରେ ବୁଲିବା ସହ ବିଭିନ୍ନ ପାର୍ଶ୍ୱ ଦେବାଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜା କରିଥିଲେ। ସେ ଶ୍ରୀଜୀଉଙ୍କ ଦର୍ଶନ କରି ବେଶ ପ୍ରସନ୍ନ ଅନୁଭବ କରିଥିବା କଥା କହିଛନ୍ତି । ଶ୍ରୀମନ୍ଦିରକୁ କପିଳ ଶର୍ମା ଆସିଥିବା କଥା ଜଣାପଡ଼ିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକ ବେଶ ଭିଡ଼ ଜମିଥିଲା ।

କିଛିଦିନ ହେଲା ଓଡ଼ିଶାରେ ରହିଛନ୍ତି କମେଡି କିଙ୍ଗ କପିଲ ଶର୍ମା । ବଲିଉଡ ଫିଲ୍ମ ମେକର ନନ୍ଦିତା ଦାସଙ୍କ ସହ ଏକ ଚଳଚିତ୍ର ସୁଟିଂ କରୁଥିବା କଥା ଜଣା ପଡ଼ିଛି । କିଛି ଦିନପୂର୍ବରୁ ତାଙ୍କୁ ଭୁବନେଶ୍ବର ଏକାମ୍ର କ୍ଷେତ୍ରରେ ଏକ ଫୁଡ ଡେଲିଭେରୀ ବୟ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.