ETV Bharat / city

Akshaya Tritiya: ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ, ଅନୁକୂଳ ହେଲା ରଥ ନିର୍ମାଣ କାର୍ଯ୍ୟ - ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିରରେ ଚାଲିଛି ପରମ୍ପରା

ରଥଖଳାରେ ପହଞ୍ଚିଲା ମହାପ୍ରଭୁଙ୍କ ଆଜ୍ଞାମାଳ । ଅନୁକୂଳ ହେଲା ରଥ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

Akshaya Tritiya: ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ, ଅନୁକୂଳ ହେଲା ରଥ ନିର୍ମାଣ କାର୍ଯ୍ୟ

author img

By

Published : May 3, 2022, 5:44 PM IST

Updated : May 3, 2022, 6:54 PM IST

ପୁରୀ: ଚଳିତ ବର୍ଷର ରଥଯାତ୍ରା (Ratha Yatra) ପାଇଁ ରଥ ନିର୍ମାଣ ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟା(Akshaya Tritiya)ରେ ରଥ ନିର୍ମାଣ ଅନୁକୂଳ ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିବା ଜଣାପଡ଼ିଛି ।

Akshaya Tritiya: ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ, ଅନୁକୂଳ ହେଲା ରଥ ନିର୍ମାଣ କାର୍ଯ୍ୟ

ମହାପ୍ରଭୁଙ୍କ ମଧ୍ୟାହ୍ଣ ଧୂପ ପରେ ରଥ ଖଳାକୁ ଆଜ୍ଞାମାଳ ଆସିଥିଲା । ସେଠାରେ ତିନୋଟି ଧଉରା କାଠକୁ ଶ୍ରୀମନ୍ଦିର ପୁରୋହିତ ମାନେ ପାରମ୍ପରିକ ଭାବେ ପୂଜାର୍ଚ୍ଚନା ପରେ ମହାରଣା ମାନେ କାଠରେ କୁରାଢ଼ୀ ସ୍ପର୍ଶ କରିଥିଲେ । ଆସନ୍ତାକାଲି(ବୁଧବାର) ଠାରୁ ରଥ ଖଳା ଚଳଚଞ୍ଚଳ ହେବ। ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଶ୍ରୀନହର ସମ୍ମୁଖରେ ରଥ ନିର୍ମାଣ ପାଇଁ ରଥଖଳାରେ ପ୍ରସ୍ତୁତି ସରିଛି । ସୂଚନା ଥାଉ କି ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରୁ ୩୨ ଖଣ୍ଡ ରଥକାଠ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।

ଏହା ବି ପଢନ୍ତୁ- Akshaya Tritiya: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀଜିଉଙ୍କ ରଥକାଠ ଅନୁକୁଳ

ସେଥିମଧ୍ୟରୁ ୨୦ ଫୁଟିଆ ୧୯ଟି, ୧୨ ଫୁଟିଆ ୩ଟି, ୪୦ ଫୁଟିଆ ୧୦ ଖଣ୍ଡ ରଥକାଠ ପହଞ୍ଚିଛି । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକତା ଥିବା ବେଳେ ପୂର୍ବରୁ ୮୦ ଖଣ୍ଡ କାଠ ବଳକା ରହିଛି । ସମୁଦାୟ ୫୩୬ ଖଣ୍ଡ ରଥକାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହଜୁଦ ଥିବାବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ସମସ୍ତ ଆବଶ୍ୟକୀୟ କାଠ ପହଞ୍ଚିବ‌ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏପଟେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ପରେ ରଥକାଠକୁ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ପ୍ରଣିପାତ ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 3, 2022, 6:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.