ETV Bharat / city

ରଥ ଦଣ୍ଡା ଅନୁକୁଳ, 42 ରୁ 37 ଚକ କାର୍ଯ୍ୟ ଶେଷ - ରଥ ନିର୍ମାଣ କାର୍ଯ୍ୟ ଅଗ୍ରଗତି

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରଥଖଳାରେ ରଥ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ଠାରୁ ଦଣ୍ଡା ନିର୍ମାଣ ଅନୁକୂଳ ହୋଇଛି । ଅଧିକ ପଢନ୍ତୁ...

mahaprabhu ratha yatra in puri
ରଥ ଦଣ୍ଡା ଅନୁକୁଳ , 42 ରୁ 37 ଚକ କାର୍ଯ୍ୟ ଶେଷ
author img

By

Published : Jun 7, 2021, 5:34 PM IST

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ଆବଶ୍ୟକ ୪୨ଟି ଚକ ମଧ୍ୟରୁ ୩୭ଟି ଚକ ନିର୍ମାଣ ଶେଷ ହୋଇଛି । ଆଜିଠାରୁ ଦଣ୍ଡା ନିର୍ମାଣ ଅନୁକୂଳ ହୋଇଛି । ଏଥି ସହ ବିଶ୍ବକର୍ମା ମହାରଣା ମାନେ ତିନି ରଥର ଚାରି ନାହାକା ଚଉପଟ କାର୍ଯ୍ୟ କରୁଛନ୍ତି । ରଥର ଉପରିଭାଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ବାୟୋବବଲ ଜୋନ ମଧ୍ୟରେ ରଥ ନିର୍ମାଣ ସକାଳୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହୁଛି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଜୋର ଧରିଛି ।

ରଥ ଦଣ୍ଡା ଅନୁକୁଳ , 42 ରୁ 37 ଚକ କାର୍ଯ୍ୟ ଶେଷ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୬ଟି ଚକରୁ ୧୪ଟି, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥର ୧୪ଟି ଚକରୁ ୧୨ଟି ଓ ମା ସୁଭଦ୍ରାଙ୍କ ୧୨ଟି ଚକରୁ ୧୧ଟି ଚକକୁ ମିଶାଇ ମୋଟ 37ଟି ଚକ ନିର୍ମାଣ ସରିଥିବା ବେଳେ ଅବଶିଷ୍ଟ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ। ଆସନ୍ତା ଶୀତଳଷଷ୍ଠୀ ଦିନ ତିନି ରଥର ସମସ୍ତ ୪୨ଟି ଚକ ସହ ୨୧ ଟି ଅଖ ସଂଯୋଗ କରାଯାଇ ଡେରା ଯିବ। ସେପଟେ ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ଉଠିବାକୁ ଥିବାରୁ ନାହାକା ହାଣି ଚଉପଟ କରୁଛନ୍ତି ବିଶ୍ବକର୍ମା ମାନେ । ଦୋଳବେଦୀ ପରିସରରେ ପୋଲଗୟଳ କାମ ଚାଲିଛି। ଅଖ ଉପରେ ଦଣ୍ଡା ଉଠି ଗରଗରା ସ୍ଥାପନ ପରେ ଚାରି ନାହାକା ଉଠିବ। ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ରଥଖଳାକୁ ଯାଇ ରଥ ନିର୍ମାଣରେ ନିୟୋଜିତ ସେବକଙ୍କ ସହ ଆଲୋଚନା କରିଥିଲେ। ଦୋଳବେଦୀ କୋଣରେ କରତୀସେବକ ରଥର ପୋଲଗୟଳ କାମ କରୁଛନ୍ତି। ପୋଲଗୟଳ ସ୍ଥାପନ ହେଲେ ରଥ ଉପରକୁ ଚାରି ନାହାକା ଉଠିବ।

ରଥ ନିର୍ମାଣରେ ସମ୍ପୃକ୍ତ ୨୬ ଜଣ ସେବକ କୋରୋନା ପଜିଟିଭ ହେବା ପରେ ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ ସରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଶ୍ରୀମନ୍ଦିର ଓ ଜିଲ୍ଲାପ୍ରଶାସନର କୋଭିଡ ପରିଚାଳନା ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ଥେ ସୁସ୍ଥ ହୋଇ ପୁଣି ଥରେ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଫଳରେ ରଥ ନିର୍ମାଣ ଦ୍ରୁତ ଗତିରେ ଆଗେଇଛି । ପ୍ରସ୍ତୁତ ହୋଇଥିବା ସମସ୍ଥ ଚକକୁ ଖରା ଦାଉରୁ ରକ୍ଷା କରିବା ପାଇଁ ଚାଞ୍ଚ ଘୋଡ଼ାଯାଇ ରଖା ଯାଇଛି । ଅବଶିଷ୍ଠ ଚକ ନିର୍ମାଣ ସହ ରଥର ଉପରି ଭାଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

ସେପଟେ ଦେବସ୍ନାନପୂର୍ଣ୍ଣମୀ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଉଭୟ ଜିଲ୍ଳା ଓ ପୋଲିସ ପ୍ରଶାସନ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାପାଳ ଓ ଏସପି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ତିନିରଥର ନାହାକା ଅଖ ସହ ଚକ ସଂଯୁକ୍ତ ସରିଛି। ରଥତ୍ରୟର ଶେଷ ଚକ ଏକା ସମୟରେ ପ୍ରସ୍ତୁତ ହେବାର ପରମ୍ପରା ରହିଛି। ୧୯୪ ଜଣ ରଥ ନିର୍ମାଣରେ ଲାଗିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.