ETV Bharat / city

ପୁରୀ ମୁଖ୍ୟ ଚିକିତ୍ସାଳୟରୁ ଫେରାର ହୋଇନାହାଁନ୍ତି କୋରୋନା ସନ୍ଦିଗ୍ଧ - ବିଦେଶୀ କରୋନା ସନ୍ଦିଗ୍ଧ ନାବାଳିକା

ବିଦେଶୀ କୋରୋନା ସନ୍ଦିଗ୍ଧ ନାବାଳିକା ଜଣଙ୍କ ତାଙ୍କ ପରିବାର ସହ ପୁରୀ ମୁଖ୍ୟ ଚିକିତ୍ସାଳୟରୁ ଫେରାର ହୋଇ ନାହାଁନ୍ତି । ଘଟଣାରେ ସ୍ପଷ୍ଟିକରଣ ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଆଗକୁ ପଢନ୍ତୁ..

carona-suspect-patient-has-not-returned
carona-suspect-patient-has-not-returned
author img

By

Published : Mar 15, 2020, 8:25 AM IST

ପୁରୀ: ପୁରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବିଦେଶୀ କୋରୋନା ସନ୍ଦିଗ୍ଧ ନାବାଳିକା ଜଣଙ୍କ ତାଙ୍କ ପରିବାର ସହ ପୁରୀ ମୁଖ୍ୟ ଚିକିତ୍ସାଳୟରୁ ପଳାଇ ଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି ପୁରୀ ସିଡ଼ିଏମଓ ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ଉକ୍ତ କୋରୋନା ସନ୍ଦିଗ୍ଧ ନାବାଳିକା ଜଣଙ୍କୁ ହୋଟେଲର ଏକ କୋଠରୀରେ ହୋମ ଆଇସୋଲେସନରେ ରଖାଯାଇଛି । ତାଙ୍କର ଶରୀରରେ କୋରୋନା ଲକ୍ଷଣ ନ ଥିବା ହେତୁ ସେ ରହୁଥିବା ହୋଟେଲରେ ରଖାଯାଇଛି ।

ସେହିପରି ଥଣ୍ଡା, ଜ୍ବର ପାଇଁ ମେଡିସିନ ଦିଆଯାଇ ଚିକିତ୍ସା କରାଯାଉଛି । ତେବେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଛି । ତେବେ ତାଙ୍କ ଉପରେ ନଜର ରଖିବା ପାଇଁ ଉକ୍ତ ହୋଟେଲରେ ମେଡ଼ିକାଲ କର୍ମଚାରୀ ନିୟୋଜିତ କରାଯାଇଛି । ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଲୋଚନା କରାଯାଇ ସବୁ କିଛି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ।

ଫେରାର ହୋଇ ନାହାଁନ୍ତି କରୋନା ସନ୍ଧିଗ୍ଧ

ଉକ୍ତ ନାବାଳିକା ଓ ତାଙ୍କ ପରିବାର ଗତ ଫେବୃଆରୀ 5 ତାରିଖରେ ଅର୍ଥାତ ଏକ ମାସ ଦଶ ଦିନ ତଳେ ଭାରତ ଆସିଛନ୍ତି । ତେବେ ସରକାରଙ୍କ ନିର୍ଦେଶ ରହିଛି ଗତ 14 ଦିନ ଭିତରେ କୋରୋନା କବଳିତ ଦେଶରୁ ଆସୁଥିବା ପାର୍ଯ୍ୟଟକଙ୍କୁ ବିଶେଷ ନଜର ରଖାଯାଇଛି । ତେବେ ସେ ଇଉରୋପର ଲିଥୁନିଆରୁ ଆସିଥିବା ଜଣାପଡ଼ିଛି । ସେ ଯଥେଷ୍ଟ ପୂର୍ବରୁ ଆସି ଥିବାରୁ ତାଙ୍କ ଶରୀରରେ କୋରୋନା ସମ୍ଭାବନା ନଥିବା ପୁରୀ CDMO କହିଛନ୍ତି ।

ତାଙ୍କୁ କୋରୋନା ଗାଇଡ଼ ଲାଇନ ଅନୁଯାୟୀ ନଜରରେ ରଖାଯାଇଛି । ତେବେ ସେ ମେଡ଼ିକାଲରେ ଥିବା ବେଳେ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଡରିଯାଇଥିଲେ । ତେଣୁ ସେ ଯେଉଁ ହୋଟେଲରେ ରହୁଥିଲେ ସେହି ସ୍ଥାନକୁ ଫେରି ଯାଇଥିବା କହିଛନ୍ତି ପୁରୀ CDMO। ତେବେ ତାଙ୍କ ସହିତ ଯୋଗାଯୋଗ ରହିଛି ଅଧିକ ଚିକିତ୍ସା ଆବଶ୍ୟକ ହେଲେ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ ବୋଲି ନୀଳକଣ୍ଠ ମିଶ୍ର କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.