ବ୍ରହ୍ମଗିରି: କମିଯାଇଛି ଲଘୁଚାପଜନିତ ବର୍ଷା । ହେଲେ ଦାଉ ସାଧୁଛି ବର୍ଷା ପାଣି । ଯାହାକୁ ନେଇ ଅସ୍ତବ୍ୟସ୍ତ ବ୍ରହ୍ମଗିରି ସହରର ହରିଜନ ସାହି ବାସିନ୍ଦା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ପଣସପଦା ହରିଜନ ସାହିରେ ପଶି ରହିଛି ବର୍ଷା ପାଣି । ଲଗାଣ 3 ଦିନ ଧରି ବର୍ଷା ପାଣିରେ ରହିବା ପରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ଲୋକଙ୍କ ପାଖକୁ ପହଞ୍ଚିପାରିନାହିଁ । ଏଥିସହିତ କୌଣସି ଅଧିକାରୀ ମଧ୍ୟ ସେମାନଙ୍କ ସ୍ଥିତି ପରଖିବାକୁ ଘଟଣାସ୍ଥଳରେ ପହଞ୍ଚିନାହାଁନ୍ତି । ଯାହାକୁ ପ୍ରତିବାଦ କରି ହରିଜନ ସାହିର ମହିଳା ପୁରୁଷମାନେ ପୁରୀ-ସାତପଡା ଜାତୀୟ ରାଜପଥର ପଣସପଦା ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ମୋଟର ଅଟକି ରହିଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ