ପୁରୀ: ସମୁଦ୍ରରେ ଜଳକ୍ରୀଡା ସମୟରେ ଅଘଟଣ। ଗୁରୁବାର ଉଦଘାଟିତ ହୋଇଥିବା ଏକ ସ୍ପିଡ ବୋଟ ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରେ ବୁଡିଯାଇଛି। ଅଳ୍ପକେ ବଞ୍ଚିଯାଇଛନ୍ତି ପର୍ଯ୍ୟଟକ ।
ବୋଟଟି ବୁଡିଯାଇଥିବାବେଳେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଗୋଟିଏ ପରିବାର । ପଶ୍ଚିମବଙ୍ଗର ବିଶ୍ବବନ୍ଧୁ ମୁଖାର୍ଜୀଙ୍କ ପରିବାରର ପୁରୀ ବୁଲିବାକୁ ଆସିଥିଲେ। ଅପରାହ୍ନରେ ଏହି ପରିବାରର 6 ଜଣ ସ୍ପିଡ ବୋଟରେ ସମୁଦ୍ରରେ ଜଳକ୍ରୀଡା ପାଇଁ ଯାଇଥିଲେ। ବାଥିଂ ଜୋନରେ ଜଳକ୍ରୀଡା ପାଇଁ ଅନୁମତି ପାଇଥିବା ଏକ କମ୍ପାନୀର ସ୍ପିଡ଼ ବୋଟ ଏହି ପରିବାରକୁ ନେଇ ପୁରୀ ହୋଟେଲ ସମ୍ମୁଖ ସମୁଦ୍ରକୁ ଯାଇଥିଲା।
ହଠାତ ଭାରସାମ୍ୟ ହରାଇ ବୋଟଟି ଓଲଟିଯାଇଥିଲା। ତୁରନ୍ତ ସେଠାରେ ମୁତୟନ ଥିବା ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ବୋଟ ଭିତରେ ଗୋଟିଏ ଛୋଟ ପିଲା ରହିଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ସୂଚନାଥାଉକି, ସ୍ପିଡ ବୋଟରେ ଛୋଟ ପିଲାଙ୍କୁ ନେବା ଉପରେ କଟକଣା ରହିଥିବାବେଳେ ସ୍ପିଡ୍ ବୋଟରେ ଏପରି ଅନେକ ପିଲା ଯାଉଥିବାର ଦେଖିବାକୁ ମିଳୁଛି । ଯାହାକୁ ପ୍ରଶାସନ ନଜର ଦେବାକୁ ଦାବି ହେଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ