ETV Bharat / city

ଦୁଷ୍କର୍ମ ପୀଡିତାକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

author img

By

Published : Mar 20, 2021, 9:20 AM IST

ଦୁଷ୍କର୍ମ ପୀଡିତାକୁ ଭେଟିଲା ପୁରୀ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ପୀଡିତାର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇ ଥିବାବେଳେ ପୋଲିସ ସଙ୍ଗେ ସଙ୍ଗେ କାର୍ଯ୍ୟନୁଷ୍ଠାନ ନେବାରେ ବିଳମ୍ବ କରିବା ପ୍ରସଙ୍ଗରେ ମଧ୍ୟ ସେ ପୋଲିସକୁ କଡା ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡା। ଅଧିକ ପଢନ୍ତୁ...

puri rape case accuse arrest
ଦୁଷ୍କର୍ମ ପିଡିତାକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

ପୁରୀ: ଦୁଷ୍କର୍ମ ପୀଡିତାକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳର ଦୁଷ୍କର୍ମ ପୀଡିତାକୁ ବିଜେପିର ମହିଳା ମୋର୍ଚ୍ଚା ଭେଟିଛି।

ବିଜେପିର ବରିଷ୍ଠ ନେତ୍ରୀ ପ୍ରଭାତି ପରିଡା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ପୀଡିତାର ଅବସ୍ଥା ବିଷୟରେ ବୁଝିଛନ୍ତି। ପୀଡିତାର ମାନସିକ ସ୍ଥିତି ଠିକ ନ ଥିବା ବେଳେ ସରକାର ଏ ନେଇ ପିଡିତାକୁ କାଉନସେଲିଂ କବିବା ଉଚିତ ବୋଲି ପ୍ରଭାତୀ ମତ ଦେଇଛନ୍ତି। ସେହିପରି ପୀଡିତାର ପରିବାର ଅତ୍ୟନ୍ତ ଗରିବ ହୋଇ ଥିବା ସରକାର ଚିକିତ୍ସା ସହାୟତା ସମେତ ଆର୍ଥିକ ସାହାଯ୍ୟ ସମେତ ଏକ ବାସଗୃହ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।

ସେହିପରି ଅଭିଯୁକ୍ତ ବିରୋଧରେ ପୋଲିସ କଡା କାର୍ଯ୍ୟନୁଷ୍ଠାନ ନେବାକୁ ବିଜେପିର ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡା ଦାବି କରିଛନ୍ତି। ସେହିପରି ପୀଡିତାର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇ ଥିବାବେଳେ ପୋଲିସ ସଙ୍ଗେ ସଙ୍ଗେ କାର୍ଯ୍ୟନୁଷ୍ଠାନ ନେବାରେ ବିଳମ୍ବ କରିବା ପ୍ରସଙ୍ଗରେ ମଧ୍ୟ ସେ ପୋଲିସକୁ କଡା ସମାଲୋଚନା କରିଛନ୍ତି।

ସେପଟେ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ କରିଥିଲା । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁରୀ ଏସପି ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.