ETV Bharat / city

ବଢୁଛି ମନ୍ତ୍ରୀ ପ୍ରତାପଙ୍କ ଅଡୁଆ, ପୁରୀରେ ପୁରାଇ ନଦେବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ

author img

By

Published : Oct 3, 2022, 12:08 PM IST

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବା ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଦେବ କ୍ଷମା ପ୍ରାର୍ଥନା ନ କଲେ ପୁରୀରେ ପ୍ରତାପ ଦେବଙ୍କୁ ପ୍ରଵେଶ କରାଇ ନ ଦେବାକୁ ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି । ଅଧିକ ପଢନ୍ତୁ

bjp youth morcha protest against minister pratap
ବଢୁଛି ମନ୍ତ୍ରୀ ପ୍ରତାପ ଦେବଙ୍କ ଅଡୁଆ, କ୍ଷମା ପ୍ରାର୍ଥନା ପାଇଁ ବିଜେପି ଯୁବ ମୋର୍ଚ୍ଚାର ଚେତାବନୀ

ପୁରୀ: ବଢୁଛି ପ୍ରତାପ ଦେବଙ୍କ ଅଡୁଆ । ଓଡିଆ ଜାତିର ଆରଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ସମ୍ପର୍କରେ ଅପମାନ ସୂଚକ ମନ୍ତବ୍ୟ ଦେଇ ବିବାଦରେ ଥିବା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଅଢୁଆ ସୂତାରେ ଛନ୍ଦି ଦେବାକୁ ଲାଗିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବା ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଦେବ କ୍ଷମା ପ୍ରାର୍ଥନା ନ କଲେ ପୁରୀରେ ପ୍ରତାପ ଦେବଙ୍କୁ ପ୍ରଵେଶ କରାଇ ନ ଦେବାକୁ ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି (bjp youth morcha protest against minister pratap deb) ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିଥିବା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ବିରୋଧରେ ପ୍ରତିବାଦ ବଢ଼ିବାରେ ଲାଗିଛି । ଏନେଇ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ଶ୍ରୀମନ୍ଦିର ସମ୍ମୁଖରେ ଦୀପ ଦାନ କରାଯାଇଛି । ମନ୍ତ୍ରୀ ପ୍ରତାପ ଦେବ ଏବଂ ନବୀନ ସରକାରଙ୍କୁ ପ୍ରଭୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରାଯାଇଛି । ଦୁନିଆର ମାଲିକ ଏବଂ ଓଡ଼ିଶାର ପରିଚୟ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ । ପୁରୀ ବିଜେପି ଯୁବ ମୋର୍ଚ୍ଚା ପ୍ରତିବାଦ ସ୍ବରୂପ ପ୍ରଦୀପ ପ୍ରଜ୍ବଳନ କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଗୁହାରି କରି ବିଜେଡିକୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛି । ଏ ଅହଙ୍କାରୀ ସରକାରର ଅହଙ୍କାରକୁ ଭଙ୍ଗ କରନ୍ତୁ । ମନ୍ତ୍ରୀ ପ୍ରତାପ ଦେବ ଯଦି ଆସି ଜଗନ୍ନାଥଙ୍କୁ ଯଦି ଭୁଲ୍ ନ ମାଗନ୍ତି ତେବେ ପୁରୀ ଯୁବ ମୋର୍ଚ୍ଚା ତାଙ୍କୁ ପୁରୀରେ ପ୍ରବେଶ କରେଇ ଦେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ । ଏହି ବିକ୍ଷୋଭ ପ୍ରଦର୍ଶନରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ, ବରିଷ୍ଠ ସେବାୟତ ମଧୁ ସିଂହାରୀ, ସୋମନାଥ ଖୁଣ୍ଟିଆଙ୍କ ସମେତ ବିଜେପି କର୍ମୀ ସାମିଲ ହୋଇଥିଲେ।

ଏହା ବି ପଢନ୍ତୁ...ବଢୁଛି ପ୍ରତାପଙ୍କ ଅଡୁଆ, କ୍ଷମା ପ୍ରାର୍ଥନା ଦାବିରେ ପୁରୀରେ ବିକ୍ଷୋଭ

ପ୍ରକାଶ ଥାଉକି, ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଓଡିଶାକୁ ବାହାର ରାଜ୍ୟ ତଥା ଦେଶର ଲୋକ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଚିହ୍ନନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥକୁ ଛାଡି ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡିଶାର ପରିଚୟ ବାହାର ଲୋକମାନେ ଜାଣନ୍ତି । ଏଭଳି ମନ୍ତବ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଦେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଥିଲା । ପୁରୀରେ ଏ ନେଇ ବିକ୍ଷୋଭ ଆରମ୍ଭ ହୋଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.