ETV Bharat / city

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ସମ୍ବିତ ପାତ୍ର

author img

By

Published : Apr 12, 2022, 9:22 PM IST

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନେଇ ଚାଲିଥିବା ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ସମ୍ବିତ ପାତ୍ର
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ସମ୍ବିତ ପାତ୍ର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନେଇ ଚାଲିଥିବା ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଶ୍ରୀମନ୍ଦିର ଭଳି ପୁରାତନ କୀର୍ତ୍ତିରାଜିର ୧୦୦ ମିଟର ଭିତରେ ନିର୍ମାଣ କାର୍ଯ୍ୟ ସବୁକିଛି ASIର ନିୟମ ଅନୁଯାୟୀ ହେବା ଦରକାର ବୋଲି ସମ୍ବିତ କହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭିତରେ ମାତ୍ର ୪ଟି ଶୌଚାଳୟ ପାଇଁ ୩୦ଫୁଟରୁ ଅଧିକ ଗାତ ଖୋଳି ସ୍ଥାୟୀ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ଦ୍ଵନ୍ଦ୍ବ ରହିଛି । ସରକାର ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ କିଭଳି କାର୍ଯ୍ୟ କରୁଛନ୍ତି ସବୁ କିଛି ସାଧାରଣରେ ସ୍ପଷ୍ଟ ହେବା ଦରକାର ବୋଲି ସମ୍ବିତ କହିଛନ୍ତି । ବିକାଶ ଓ ସୌନ୍ଦର୍ଯ୍ୟ କାର୍ଯ୍ୟ ହେଉ କିନ୍ତୁ ଏଥିପାଇଁ ଥିବା ଗାଇଡ୍‌ଲାଇନ୍‌କୁ ସମସ୍ତେ ମାନିବା ଉଚିତ ବୋଲି ସମ୍ବିତ ପାତ୍ର କହିଛନ୍ତି ।

ଗତ କିଛିଦିନ ଦିନ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ର ନିର୍ମାଣ କାର୍ଯ୍ୟ କୁ ନେଇ ବିଭିନ୍ନ ସଂଗଠନ ବିରୋଧ କରୁଛନ୍ତି । ଶ୍ରୀମନ୍ଦିର ଭଳି ଏକ ପୁରତନ କୀର୍ତ୍ତିରାଜିର ୧୦୦ ମିଟର ଭିତରେ ବଡ଼ବଡ଼ ଗର୍ତ ଖୋଳି ସ୍ଥାୟୀ ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରତି ବିପଦ ରହିଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଆସୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.