ETV Bharat / city

Chittaranjan Murder Case: ନ୍ୟାୟ ଦାବିରେ ବ୍ରହ୍ମଗିରି ବିଜେପିର ବିକ୍ଷୋଭ ସମାବେଶ - ବ୍ରହ୍ମଗିରି ବିଜେପିର ବିକ୍ଷୋଭ ସମାବେଶ

ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା । ନ୍ୟାୟ ଦାବିରେ ପୁରୀ ବ୍ରହ୍ମଗିରିରେ ବିକ୍ଷୋଭ ସମାବେଶ କରିଛି ବିଜେପି । ଅଧିକ ପଢନ୍ତୁ

Chittaranjan Palai Murder Case: ନ୍ୟାୟ ଦାବିରେ ବ୍ରହ୍ମଗିରି ବିଜେପିର ବିକ୍ଷୋଭ ସମାବେଶ

author img

By

Published : Dec 17, 2021, 4:56 PM IST

Updated : Dec 17, 2021, 5:40 PM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିର ଚିତ୍ତରଞ୍ଜନ ମୁତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇଛି । ଗତ ୨ ଦିନ ଧରି ଘଟଣାରେ ଛାନଭିନ ଜାରି ରହିଛି । ସେପଟେ ନ୍ୟାୟ ଦାବିରେ ଶୁକ୍ରବାର ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ବିକ୍ଷୋଭ ସମାବେଶ କରାଯାଇଛି ।

Chittaranjan Palai Murder Case: ନ୍ୟାୟ ଦାବିରେ ବ୍ରହ୍ମଗିରି ବିଜେପିର ବିକ୍ଷୋଭ ସମାବେଶ

ଏହା ବି ପଢନ୍ତୁ: Chittaranjan Palai Murder Case: କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ଅଲାରନାଥ ମନ୍ଦିର ନିକଟରୁ ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ଏକ ରାଲି କରି ବସଷ୍ଟାଣ୍ଡ ଠାରେ ଏକ ସଭାର ଆୟୋଜନ କରିଥିଲେ । ମୃତ ଚିତ୍ତକୁ ଉଚିତ ନ୍ୟାୟ ଦେବା ସହିତ ସଞ୍ଜୟ ଦାସବର୍ମାଙ୍କ ଇସ୍ତାଫା ଦାବି କରିଥିଲେ। ଏହାସହିତ କ୍ରାଇମବ୍ରାଞ୍ଚ ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରୁଛି ଏହାକୁ ହଟାଯାଇ CBI ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି ।

ଏହି ବିକ୍ଷୋଭରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁରୀ ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ । ତୁରନ୍ତ ସଞ୍ଜୟ ଦାସ ବର୍ମା ଇସ୍ତଫା ଦେବା ସହିତ ଏହି ମାମଲାର ତଦନ୍ତ ଭାର ସିବିଆକୁ ଦେବା ପାଇଁ ସେମାନେ ଦାବି କରିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Dec 17, 2021, 5:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.