ETV Bharat / city

ଦଳିତ ପରିବାର ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ, ନିନ୍ଦା କଲା ବିଜେପି - ଦଳିତ ପରିବାର ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ

ରାଜ୍ୟରେ ଦଳିତ ପରିବାରଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ କରିବ ବିଜେପି । ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲା ଦଳ । ଅଧିକ ପଢନ୍ତୁ...

ଦଳିତ ପରିବାରକୁ ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ କରିବ ବିଜେପି

author img

By

Published : Aug 7, 2021, 7:33 AM IST

ପୁରୀ: ରାଜ୍ୟରେ ଦଳିତ ପରିବାର ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ନେଇ ବର୍ଷିଲା ବିଜେପି । ଦଳିତ ପରିବାର ଉପରେ ବିଜେଡି କର୍ମୀ ଓ ନେତାମାନେ ଗୁଣ୍ଡାଗିରି ଚଳାଇଛନ୍ତି । ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ପୁରୀରେ ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ବିଜେଡି କର୍ମୀଙ୍କ ଏହି ଦାଦାଗିରିକୁ ତୀବ୍ର ନିନ୍ଦା କରାଯାଇଛି ।

ଦଳିତ ପରିବାରକୁ ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ କରିବ ବିଜେପି

କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ନବକିଶୋର ମଲ୍ଲିକଙ୍କ ପୁଅ ତାଙ୍କ ପଞ୍ଚାୟତରେ ମନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ଇତ୍ୟାଦି ଉନ୍ନତିମୂଳକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚ ତାଙ୍କର ସମର୍ଥକଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପୋଲିସ୍ ପକ୍ଷରୁ ଗ୍ରହଣ କରାଯାଇ ନାହିଁ ।

ସେପଟେ ଜଗତସିଂହପୁର ଜିଲ୍ଲା ନାଉଗାଁରେ ମଧ୍ୟ ଦଳିତ ମହିଳାମାନଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ସହ ସମ୍ବିଧାନ ପ୍ରଣେତା ବାବାସାହେଵ ଆମ୍ବେଦକରଙ୍କ ଫଟୋ ମଧ୍ୟ ତଳେ ପକାଇ ଅପମାନ କରିଥିବା ଅଭିଯୋଗ ଆସିଛି । ଯାହାକି ତାଙ୍କ ପ୍ରତି ଘୋର ଅସମ୍ମାନ । ସେଠାରେ ମଧ୍ୟ ପୋଲିସ୍ ନୀରବଦ୍ରଷ୍ଟା ସାଜିଥିବା ବେଳେ ଏପର୍ଯ୍ୟନ୍ତ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

ତେବେ ଦୁଇଟି ଯାକ ଘଟଣାକୁ କେନ୍ଦ୍ର କରି ଆସନ୍ତା 9, 10 ଓ 11 ତାରିଖରେ ରାଜ୍ୟର ପ୍ରତିଟି ଜିଲ୍ଲାରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେପଟେ ଆସନ୍ତା 11 ତାରିଖରେ ଅନୁସୂଚିତ ଜାତି ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ ବୋଲି ଦଳ କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.