ପୁରୀ: NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧରେ ଝାଡଖଣ୍ଡ କଂଗ୍ରେସର ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ । ଏହାକୁ ତୀବ୍ର ବିରୋଧ କଲା ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଏହାର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପୁରୀ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କଂଗ୍ରେସ ବିରୋଧରେ ନାରା ଦେଇଥିଲେ କର୍ମୀ । ଏଥିସହ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିଥିଲେ।
ଓଡ଼ିଆ ଝିଅ ଓ ବୋହୁ ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ ଓଡ଼ିଶାର ଅପମାନ ବୋଲି କହିଥିଲେ ବିକ୍ଷୋଭକାରୀ । ଏଥିରେ ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତି ଜୟନ୍ତ କୁମାର ଦାଶଙ୍କ ସମେତ, ପୁରୀ ଜିଲ୍ଲା ବିଜେପି ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସର ବିବାଦୀୟ ବୟାନ ପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି ।