ETV Bharat / city

ନାମାଙ୍କନ କଲେ ଲଳିତେନ୍ଦୁ ମହାପାତ୍ର(ବେବି)

ବ୍ରହ୍ମଗିରିରୁ ନାମାଙ୍କନ ଦାଖଲ କରିଛନ୍ତି ଲଳିତେନ୍ଦୁ ମହାପାତ୍ର । ନାମାଙ୍କନ ପତ୍ର ଦାଖଲ କରିବା ପରେ 15 ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Apr 3, 2019, 4:47 PM IST

ବ୍ରହ୍ମଗିରି: ବୁଧବାର ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ନାମାଙ୍କନ ପତ୍ର ଦାଖଲ ସହ 5 ହଜାରରୁ ଊର୍ଦ୍ଧ୍ବ ବାଇକ ଓ 15 ହଜାର ସମର୍ଥକଙ୍କ ସହ ପୁରୀ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ । ପୁରୀ ଲୋକସଭା ପ୍ରାର୍ଥୀ ଡଃ ସମ୍ବିତ ପାତ୍ର, ଲୁଲୁଙ୍କ ଝିଅ ଉପାସନା ଓ ଲୁଲୁଙ୍କ ସ୍ତ୍ରୀ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହୋଇ ଲୋକଙ୍କୁ ଉତ୍ସାହିତ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

2017ରେ ଦିବଙ୍ଗତ ଲୁଲୁଙ୍କ ଭାଇଲଳିତେନ୍ଦୁ(ବେବି) ଓ ଝିଅ ଉପାସନା ବିଜେପିରେ ଯୋଗ ଦେଇଥିଲେ । ବ୍ରହ୍ମଗିରିରୁ ଲଳିତେନ୍ଦୁଙ୍କୁ ଦଳ ଟିକେଟ ଦେଇଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦିବଙ୍ଗତ ଲୁଲୁ ବିଗତ ଦିନରେ ବ୍ରହ୍ମଗିରିକୁ କଂଗ୍ରେସର ଗଡ ରଖିଥିବା ବେଳେ ଏଥର ବିଜେପିରୁ ପୁଅ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ବିଜେପିର ଡବଲ ଇଂଜିନ ଦାବିକୁ ବିଜେଡି କଟାକ୍ଷ

ଭୁବନେଶ୍ବର () ବିଜେପିର ଡବଲ ଇଂଜିନ ପ୍ରଚାରକୁ କଟାକ୍ଷ କରିଛି ବିଜେଡି । ବିଜେପି ଗତ କିଛି ଦିନ ହେଲା ରାଜ୍ୟରେ ନିଜ ନିର୍ବାଚନୀ ରାଲିରେ ଓଡିଶାର ବିକାଶ ପାଇଁ ଡବଲ ଇଂଜିନ ଦରକାର ବୋଲି କହୁଛି । ବିଜେପିର ଏଭଳି ପ୍ରଚାରକୁ କଟାକ୍ଷ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ରାଜସ୍ଥାନ ଓ ଛତିଶଗଡରେ କଣ ବିଜେପିର ଡବଲ ଇଂଜିନ ଲାଗିନଥିଲା । ଏହି ଦୁଇ ରାଜ୍ୟରେ କଣ ଡବଲ ଇଂଜିନ କାମ କଲାନି କି ବୋଲି ବିଜେଡି ପ୍ରଶ୍ନ କରିଛି ।

ବିଜେପି ଡବଲ ଇଂଜିନ କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛି । ଦଳ ଦାବି କରୁଥିବା ଦୁଇଟିଯାକ ଇଂଜିନ କାମ କରୁନି । ଓଡିଶାର ବିକାଶ ପାଇଁ ଏତେ ଚିନ୍ତିତ ତ କାହିଁକି ଆଜି ଯାଏଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମୁଳିନି, କାହିଁକି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢୁନି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି ।

ବାଇଟ – ସସ୍ମିତ ପାତ୍ର, ବିଜେଡି ମୁଖପାତ୍ର

Byte of Sasmit Patra sent in LiveU – Sasmit Byte

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.