ETV Bharat / city

Deva Snana Purnima: ମହାପ୍ରଭୁଙ୍କ ସେନାପଟା ଲାଗି ପହଞ୍ଚିଲା ବଉଳ କାଠ - ପୁରୀ ଖବର

୨ ଦିନ ପରେ ସ୍ନାନପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ପହଣ୍ଡି ପାଇଁ ବଉଳ କାଠକୁ ସେନାପଟା ଭାବେ ବ୍ୟବହାର କରି ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବାର ବିଧି ରହିଛି । ଅଧିକ ପଢନ୍ତୁ

Deva Snana Purnima: ମହାପ୍ରଭୁଙ୍କ ସେନାପଟା ଲାଗି ପହଁଞ୍ଚିଲା ବଉଳ କାଠ

author img

By

Published : Jun 12, 2022, 7:45 AM IST

ପୁରୀ: ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ । ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ସତ୍ୟବାଦୀ ଅଞ୍ଚଳରୁ ବଉଳ ଗଛ ଚିହ୍ନଟ କରାଯାଇ କାଠ ଅଣାଯାଏ । ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ ଯାଇ ଗଛ ଚିହ୍ନଟ କରିବା ପରେ ପୂଜା କରିବା ପରେ ଗଛକୁ କଟାଯାଇଥିଲା । ପରମ୍ପରା ମୁତାବକ ନୂଆ ଲୁଗାରେ କାଠକୁ ଆଚ୍ଛାଦିତ କରି ପୂଜାର୍ଚ୍ଚନା ଓ ସଂକୀର୍ତ୍ତନ କରି ଶୋଭାଯାତ୍ରାରେ ଏକ ଶଗଡରେ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିବା ବେଳେ ଏହି ଚଉପଟ ବଉଳ କାଠ ମହାପ୍ରଭୁଙ୍କ ସେନାପଟା ନୀତିରେ ଲାଗିଥାଏ । ଏହାକୁ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଲାଗି କରାଯାଇଥାଏ ।

Deva Snana Purnima: ମହାପ୍ରଭୁଙ୍କ ସେନାପଟା ଲାଗି ପହଁଞ୍ଚିଲା ବଉଳ କାଠ

ଏହି କାଠ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ କାଠକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାଠକୁ ରଖାଯାଇଛି। ରବିବାର ଚମ୍ପକ ଦ୍ଵାଦଶୀ ଓ ଦଇତା ପ୍ରବେଶ ସହ ହେବ ବାହୁଟ କଣ୍ଟ ନୀତି । ଆଉ ତା ପରଦିନ ବଉଳ କାଠକୁ ମପାଚୁପା ପରେ ସେନାପଟା ଲାଗି କରାଯିବ । ସ୍ନାନପୂର୍ଣ୍ଣିମାରେ ପହଣ୍ଡି ପାଇଁ ବଉଳ କାଠକୁ ସେନାପଟା ଭାବେ ବ୍ୟବହାର କରି ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବାର ବିଧି ରହିଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.