ETV Bharat / city

Bahubali Sevayat strike Withdrawal: ଧାରଣା ପ୍ରତ୍ୟାହାର କଲେ ସେବାୟତ ଅନିଲ

author img

By

Published : Jan 19, 2022, 10:17 PM IST

ବହୁବଳି ସେବାୟତ ଅନୀଲ ଗୋଛିକାର ନିଜର ଧାରଣା ପ୍ରତ୍ୟାହାର କରିଛନ୍ତି। 7 ଦିନ ଭିତରେ ତାଙ୍କ ଦାବିର ଉପଯୁକ୍ତ ସମାଧାନ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଅନୀଲ ଧାରଣା ପ୍ରତ୍ୟାହାର କରିଥିବା କହିଛନ୍ତି। ଅଧିକ ପଢନ୍ତୁ

Bahubali Sevayat strike Withdrawal : ଧାରଣା ପ୍ରତ୍ୟାହାର କଲେ ବାହୁବଳି ସେବାୟତ ଅନିଲ

ପୁରୀ : ବହୁବଳି ସେବାୟତ ଅନୀଲ ଗୋଛିକାର ନିଜର ଧାରଣା ପ୍ରତ୍ୟାହାର କରିଛନ୍ତି । 7 ଦିନ ଭିତରେ ତାଙ୍କ ଦାବିର ଉପଯୁକ୍ତ ସମାଧାନ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଅନୀଲ ଧାରଣା ପ୍ରତ୍ୟାହାର କରିଥିବା କହିଛନ୍ତି । ଶ୍ରୀମନ୍ଦିର ଐତିହ କରିଡର ନିର୍ମାଣ କାର୍ଯ୍ୟ ପାଇଁ ତାଙ୍କର ଥିବା ଯାତ୍ରୀ ନିବାସକୁ ପ୍ରଶାସନ ଉପଯୁକ୍ତ କ୍ଷତିପୂରଣ ନ ଦେଇ ଉଚ୍ଛଦ କରିବା ପ୍ରତିବାଦରେ ଗତ ଦୁଇ ସପ୍ତାହ ହେବ ଅନୀଲ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଆହୋରାତ୍ର ଧାରଣା ଦେଇଥିଲେ।

ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଭିନ୍ନ ବ୍ୟକ୍ତି ବିଶେଷ ଅନୀଲଙ୍କୁ ସମର୍ଥନ କରିଥିଲେ। । ଏହି ପ୍ରସଙ୍ଗକୁ ନେଇ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉଁସିଲର ରାଜ୍ୟ ସଭାପତି ସନ୍ଧ୍ୟାରଣୀ ଦଳେଇ ଅନୀଲ ଗୋଛିକାରଙ୍କୁ ସମର୍ଥନ କରି ଧାରଣାରେ ଆଜି(ବୁଧବାର) ସକାଳୁ ବସିଥିଲେ। ଅନୀଲ ଗୋଛିକାରଙ୍କ ସମସ୍ୟା ସମାଧାନ ବିଳମ୍ବକୁ ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଜିଲ୍ଲାପାଳ ଏ ନେଇ ବିଚାର କରିବେ ବୋଲି କହିଥିଲେ।

ଏହିକ୍ରମରେ ଜିଲ୍ଲାପାଳ ଅନିଲଙ୍କ ସହ ଆଲୋଚନା କରି ତାଙ୍କର ଦାବି ପୂରଣ ନେଇ 7 ଦିନ ଭିତରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରଶାସନର ପ୍ରତିଶୃତିକୁ ଅନିଲ ଭରସା କରି ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ସରକାର ନିଶ୍ଚିତ ସମସ୍ତ ଦାବି ପୂରଣ କରିବେ । ଆଉ ତାଙ୍କୁ ନିରାଶ କରିବେନି ବୋଲି ଅନିଲ ଆଶା ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.