ETV Bharat / city

ପୁଣି ତେଜିଛି ବଗଲା ଧର୍ମଶାଳା ଜମି ବିବାଦ, ଗୃହ ନିର୍ମାଣକୁ ବିଜେପିର ବିରୋଧ - Bagla Dharamsala land dispute puri

ପୁରୀ ବଗଲା ଧର୍ମଶାଳା ଜମିରେ ବିସ୍ଥାପିତ ଲଜିଂ ମାଲିକ ଘର ତିଆରି ପାଇଁ ଶୁଭ ଦେଉଥିବା ସମୟରେ ଦେଖାଦେଇଛି ବିବାଦ । ଅଧିକ ପଢନ୍ତୁ...

ପୁଣି ତେଜିଛି ବଗଲା ଧର୍ମଶାଳା ଜମି ବିବାଦ, ଜମି ଗୃହ ନିର୍ମାଣକୁ ବିଜେପିର ବିରୋଧ

author img

By

Published : Feb 16, 2021, 7:04 PM IST

Updated : Feb 16, 2021, 7:27 PM IST

ପୁରୀ: ଦୀର୍ଘଦିନ ପରେ ପୁଣି ତେଜିଲା ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ୍ରୁ ୬ଜଣ ବିସ୍ଥାପିତ ଲଜିଂ ମାଲିକଙ୍କୁ ତତ୍କାଳୀନ ଜିଲ୍ଲାପାଳ ବଗଲାଧ ର୍ମଶାଳାରେ ଲଜିଂ କରିବାକୁ ଅନୁମତି ଦେବା ସହ ପଟ୍ଟା ମଧ୍ୟ ଦେଇଥିଲେ । ତେବେ ଆଜି(ମଙ୍ଗଳବାର) ସରସ୍ୱତୀ ପୂଜାରେ ବଗଲା ଧର୍ମଶାଳା ଜମିରେ ବିସ୍ଥାପିତ ଲଜିଂ ମାଲିକମାନେ ଶୁଭ ଅନୁକୂଳ ଦେବାପାଇଁ ଭୂମି ପୂଜନ କରୁ ଥିବାବେଳେ ବିଜେପିର ଯୁବମୋର୍ଚ୍ଚା ଏହାକୁ ତୀବ୍ର ବିରୋଧ କରିଛି ।

ପୁଣି ତେଜିଛି ବଗଲା ଧର୍ମଶାଳା ଜମି ବିବାଦ, ଜମି ଗୃହ ନିର୍ମାଣକୁ ବିଜେପିର ବିରୋଧ

ସୂଚନା ଅନୁଯାୟୀ ଭିତର ସେବାୟତ ନିଯୋଗ, ନିମାଇ ସାହୁ ଓ ସନ୍ଧ୍ୟା ଲଜିଂ ମାଲିକ ବଟକୃଷ୍ଣ ମୁଦ୍ରା ପରିବାର ସହ ଯାଇ ଧର୍ମଶାଳାରେ ଭୂମି ପୂଜନ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ଏହାକୁ ତୀବ୍ର ବିରୋଧ କରିଥିଲା । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଛି ।

ବିସ୍ଥାପିତଙ୍କ କହିବା ଅନୁଯାୟୀ ସୋମବାର ଜିଲ୍ଲା ପ୍ରଶାସନ ସେମାନଙ୍କୁ ଭୂମି ପୂଜନ କରିବାକୁ କହି ଥିବାବେଳେ ପଟ୍ଟା ମଧ୍ୟ ପ୍ରଦାନ କରିଥିଲା । ଅନ୍ୟପଟେ ଦାନସୂତ୍ରରେ ମିଳିଥିବା ବଗଲା ଧର୍ମଶାଳା ଜମି ମାନ୍ୟବର ହାଇକୋର୍ଟଙ୍କ ନିକଟରେ ବିଚାରଧୀନ ରହିଛି । ଏପରି ପରିସ୍ଥିତିରେ କିଭଳି ପ୍ରଶାସନ ଭୂମି ପୂଜନ କରିବାକୁ ଅନୁମତି ଦେଲା ବୋଲି ଯୁବମୋର୍ଚ୍ଚା ପ୍ରଶ୍ନ କରିଛି । ପୂର୍ବରୁ ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଧର୍ମଶାଳା ସମ୍ମୁଖରେ ଲଗାତାର ୨୮ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରି ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ପଦଯାତ୍ରା ମଧ୍ୟ କରିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 16, 2021, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.