ପୁରୀ: ଜମିବାଡି ବିବାଦକୁ ନେଇ ପିପିଲି ଥାନା ଅନ୍ତର୍ଗତ ସିରିଆପୁର ଗ୍ରାମରେ ହୋଇଥିବା ଆକ୍ରମଣର 8ଦିନ ପରେ ମଧ୍ୟ ପୋଲିସର ହାତ ଖାଲି। ଅଭିଯୁକ୍ତମାନେ ଖୁଲମଖୁଲ୍ଲା ବୁଲୁଥିବାବେଳେ ଆକ୍ରମଣର ଶିକାର ହୋଇଥିବା ଯୁବକ ପରିବାର ପ୍ରତି ବିପଦ ରହିଥିବା ଦର୍ଶାଇ ପୁରୀ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ପଢନ୍ତୁ....ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ, 4 ଆହତ
ସୂଚନାଯୋଗ୍ୟ, ଗତ 19 ତାରିଖରେ ସିରିଆପୁର ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗୋଟିଏ ପରିବାରର ସଂଘବଦ୍ଧ ଆକ୍ରମଣରେ ଅନ୍ୟ ଏକ ପରିବାରର 4 ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଆକ୍ରମଣର ଶିକାର ହୋଇଥିବା ପରିବାର ପିପିଲି ଥାନାରେ ଅଭିଯୋଗ କରିଥିଲେ ।
ହେଲେ ଅଭିଯୋଗକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ । ସେମାନେ ବାହାରେ ବୁଲୁଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ