ପୁରୀ: ଦିଆସିଲି କାଠିରେ ପ୍ରଭୁ ଗଣେଶଙ୍କ ପ୍ରତିକୃତି । ଗଣେଶ ପୂଜା ଅବସରରେ 5 ହଜାର ଦିଆସିଲି କାଠିରେ ଗଣେଶଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି ପୁରୀର ଯୁବଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ । ଏହାକୁ ତିଆରି କରିବା ପାଇଁ ସେ 5 ହଜାର 621ଟି ଦିଆସିଲି କାଠି ବ୍ୟବହୃତ କରିଛନ୍ତି । ଏଥିପାଇଁ ତାଙ୍କୁ ମୋଟ 8 ଦିନ ସମୟ ଲାଗିଛି ।
![ଦିଆସିଲି କାଠିରେ ସୃଷ୍ଟି ହେଲେ ଗଜାନନ](https://etvbharatimages.akamaized.net/etvbharat/prod-images/od-pur-03-puri-matchstickart-avo-7205521_09092021205342_0909f_1631201022_680.jpg)
ସେ ଦିଆସିଲି କାଠିରେ ତିଆରି କରିଥିବା ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖମଣ୍ଡଳ ଭଳି କରିଛନ୍ତି । ଶାଶ୍ବତ ଏହାକୁ ଘରେ ପୂଜା କରିବା ପାଇଁ ତିଆରି କରିଥିବା ବେଳେ ଦିଆସିଲି କାଠିରେ ଏଭଳି ନିଆରା କଳାକୃତି ବେଶ ଚର୍ଚ୍ଚାର ବିଷୟ ହୋଇଛି । ଦିଆସିଲି ନିର୍ମିତ ପ୍ରତିମୂର୍ତ୍ତି ଜରିଆରେ ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ଏହି ଯୁବଶିଳ୍ପୀ ।
![ଦିଆସିଲି କାଠିରେ ସୃଷ୍ଟି ହେଲେ ଗଜାନନ](https://etvbharatimages.akamaized.net/etvbharat/prod-images/od-pur-03-puri-matchstickart-avo-7205521_09092021205342_0909f_1631201022_13.jpg)
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ