ETV Bharat / city

ଦାଦାବଟି ମାଗିବା ଅଭିଯୋଗରେ 3 ଗିରଫ

author img

By

Published : Oct 30, 2020, 7:14 AM IST

ଦାଦାବଟି ଅଭିଯୋଗରେ 3 ଜଣକୁ ଗିରଫ କଲା ପୁରୀ ପୋଲିସ । ପୁରୀ ରାମଚଣ୍ଡୀ ଥାନା ଛଇଥନା ବଜାରରୁ 2 ଜଣକୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣକୁ ସିବିଚ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

ଦାଦାବଟି ମାଗିବା ଅଭିଯୋଗରେ 3 ଗିରଫ
ଦାଦାବଟି ମାଗିବା ଅଭିଯୋଗରେ 3 ଗିରଫ

ପୁରୀ: ଦାଦାବଟି ଅଭିଯୋଗରେ 3 ଜଣକୁ ଗିରଫ କଲା ପୁରୀ ପୋଲିସ । ପୁରୀ ରାମଚଣ୍ଡୀ ଥାନା ଛଇଥନା ବଜାରରୁ ଦାଦା ବଟି ମାଗି ଭୁଆଁ ଗାଁର ପୁଣ୍ଟୁ ଭୋଇ ଓ ବିଷ୍ଣୁ ଚରଣ ଗିରଫ । ପୋଲିସ ପାଟ୍ରୋଲିଂ ସମୟରେ ଦୁଇ ଅଭିଯୁକ୍ତ ଦୋକାନୀଙ୍କ ଠାରୁ ଦାଦାବଟି ମାଗୁଥିବାବେଳେ ଦୋକାନୀମାନେ ଅଭିଯୋଗ କରିଥିଲେ । ପୋଲିସ ସେମାନଙ୍କୁ ଧରି ପଚରାଉଚରା କରି ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

ଅନ୍ୟପଟେ, ପୁରୀ ସି-ବିଚ ଥାନା ପୋଲିସ ଦୋକାନୀଙ୍କୁ ଦାଦା ବଟି ମାଗିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ସୁରେଶ ଦାସ । ଅଭିଯୁକ୍ତ ସୁରେଶ ଗତ 23 ତାରିଖ ରାତି 11ଟା ବେଳେ ସି ବିଚରେ ଚା’ ଦୋକାନ କରିଥିବା ରାଜକିଶୋର ସାହୁଙ୍କୁ 10 ହଜାର ଟଙ୍କା ଦାଦା ବଟି ମାଗିଥିଲା । ରାଜକିଶୋର ବଟି ଦେବାକୁ ମନା କରିବାରୁ ଅଭିଯୁକ୍ତ ଜଣକ ରାଜକିଶୋରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ପରେ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସୁରେଶ ଦାସକୁ ସିବିଚ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.