ETV Bharat / city

ଅଜା ଘରୁ ଆସେ ବକୁଳ କାଠ, ଶ୍ରୀଅଙ୍ଗରେ ଲାଗେ ସେନାପଟା ବାହୁଟ

ମହାପ୍ରଭୁଙ୍କୁ ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ପହଣ୍ଡି କରି ନେବା ବେଳେ ଶ୍ରୀଅଙ୍ଗରେ କୌଣସି ବାଧା ନ ଉପୁଜିବା ତଥା ସୁରକ୍ଷା ପାଇଁ ସେନାପଟା ଓ ବାହୁଟ କଣ୍ଟ ନୀତି ହୋଇଥାଏ। ଏହି ନୀତି ପାଇଁ ବକୁଳ ବନରୁ ଆସେ କାଠ । ଜାଣନ୍ତୁ କଣ ରହିଛି ଏହାର କାହାଣୀ ଓ କିମ୍ବଦନ୍ତୀ...

author img

By

Published : Jun 23, 2021, 7:04 AM IST

Senapata bahuta niti, secret ritual of mahaprabhu jagannath, ସେନାପଟା ଲାଗି ନୀତି, ସେନାପଟା ବାହୁଟ ନୀତି, ଶ୍ରୀଅଙ୍ଗରେ ଲାଗେ ସେନାପଟା ବାହୁଟ, ଶ୍ରୀଅଙ୍ଗ ସୁରକ୍ଷାରେ ସେନାପଟା ବାହୁଟ, ରଥଯାତ୍ରା, ସ୍ନାନଯାତ୍ରା, ମହାପ୍ରଭୁଙ୍କ ସ୍ନାନଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା
ଅଜାଘରୁ ଆସେ ବକୁଳ କାଠ, ଶ୍ରୀଅଙ୍ଗରେ ଲାଗେ ସେନାପଟା ବାହୁଟ

ପୁରୀ: ଶ୍ରୀଜଗନ୍ନାଥଙ୍କ ଦ୍ବାଦଶ ଲୀଳା, ସତେଇଶ ଉପଲୀଳା ଓ 108 ପର୍ବପର୍ବାଣୀ ହୁଏ ପାଳନ । ବହୁ ନଦୀର ପ୍ରବାହକୁ ସମ୍ଭାରି ରଖିଥିବା ସେ ହେଉଛନ୍ତି ମହା ସିନ୍ଧୁ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁଙ୍କ ରହିଛି ଅନେକ ନୀତିକାନ୍ତି । ସେଥି ମଧ୍ୟରୁ ବାହୁଟ କଣ୍ଟ ଓ ସେନା ପଟା ଲାଗି ନୀତି ଅନ୍ୟତମ।

ମହାପ୍ରଭୁଙ୍କ ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଏହି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କୁ ଦଇତାପତି ସେବାୟତ ମାନେ ପହଣ୍ଡି କରି ନେବା ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସେନାପଟା ଓ ବାହୁଟ କଣ୍ଟ ନୀତି ହୋଇ ଥାଏ। ଏହା ଏକ ଗୁପ୍ତ ନୀତି ହୋଇ ଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତ ମାନେ ଏହି ନୀତି ସମ୍ପାଦନ କରନ୍ତି।

ଶ୍ରୀଜୀଉଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସେନାପଟା ଓ ବାହୁଟ ଲାଗି ସେବା ପ୍ରଚଳିତ ରହିଛି । ସାକ୍ଷୀଗୋପାଳର ବକୁଳ ବନରୁ ସଂଗୃହିତ ବଉଳ କାଠ ଚିରଟ କରାଯାଇ ସେଥିରେ ଶ୍ରୀମନ୍ଦିର ବିଶ୍ଵକର୍ମା ସେବାୟତ ବାହୁଟ ଓ ସେନାପଟା ପ୍ରସ୍ତୁତ କରନ୍ତି। ସାକ୍ଷୀଗୋପାଳକୁ ମହାପ୍ରଭୁଙ୍କ ଅଜାଘର ବୋଲି ମଧ୍ୟ କୁହାଯାଏ । ତେବେ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ କଣ୍ଟ ପାଇଁ ବକୁଳ ବନରୁ ହିଁ କାହିଁକି କାଠ ଆସେ ତା ପଛରେ ବି ରହିଛି ଏକ ସ୍ବତନ୍ତ୍ର କାହାଣୀ ।

ଏକଦା ଜଣେ ତପସ୍ବୀ ସିଦ୍ଧ ବକୁଳ ବନରେ ତପସ୍ୟା କରୁଥିଲେ । ସେହି ତପସ୍ବୀଙ୍କୁ ପରଖିବା ପାଇଁ ବଡ଼ଦେଉଳରୁ ଜଗା, ବଳିଆ ଦୁଇ ଭାଇ ବାହାରି ଆସିଥିଲେ । ପ୍ରକୃତରେ ସେ ସାଧୁ କି ନୁହେଁ ତାହା ଜାଣିବା ପାଇଁ । ପରୀକ୍ଷା କରିବା ପାଇଁ ଆସିବା ବେଳେ ବଣରେ ଖୁବ୍‌ ପାଚିଲା ପଣସ ହୋଇଥିବା ଜଗନ୍ନାଥ ବଳଭଦ୍ର ଦେଖିଲେ ଓ ତାଙ୍କର ଖାଇବାକୁ ଆଗ୍ରହ ହୋଇଥିଲା । ଏପଟେ ତପସ୍ୟା ରତ ସିଦ୍ଧ ବଳରାମ ବଣରେ କେହି ପ୍ରବେଶ କରିଥିବା ଜାଣିପାରିଥିଲେ । ସେ ସଙ୍ଗେ ସଙ୍ଗେ ତପସ୍ୟା ଭଙ୍ଗ କରି ପଚାରିଥିଲେ, ‘କିଏ ତମେ ରାତି ସମୟରେ ବଣରେ ପ୍ରବେଶ କରି ପଣସ ଚୋରି କରୁଛ ? ’ । ଯାହା ପରେ ଦୁଇ ଠାକୁର ସେମାନେ ଚୋର ନୁହେଁ ବୋଲି କହିଥିଲେ । ତପସ୍ବୀ କିନ୍ତୁ କହିଥିଲେ ଯେ ସେ ଦୁହିଙ୍କୁ ବକୁଳ ଗଛରେ ବାନ୍ଧି ସକାଳୁ ରାଜଙ୍କ ଆଗରେ ଦେବେ । ସେମାନଙ୍କୁ ବାନ୍ଧିବାକୁ ଉଦ୍ୟତ ହୁଅନ୍ତେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ନିଜ ପରିଚୟ ଦେଇଥିଲେ ଓ କହିଥିଲେ ଯେ ସେ ଦୁହେଁ ସାଧୁଙ୍କୁ ପରଖିବା ପାଇଁ ଆସିଥିଲେ । ଏହାପରେ ଜଗା ବଳିଆଙ୍କୁ ତପସ୍ବୀ କହିଥିଲେ ଏପରି ଆପଣ ଚାଲିଗଲେ ଏହି ଘଟଣା ଲୁଚି ରହିଯିବ । ଭକ୍ତ ଓ ଭଗବାନର ଏହି ସମ୍ପର୍କକୁ ସାରା ଜଗତ ଜାଣିବ କେମିତି । ଯାହାପରେ ଭଗବାନ କହିଥିଲେ ଯେ ଏହି କଥା ସାରା ଜଗତ ଜାଣିବ, ଯେଉଁ ବକୁଳ କାଠରେ ଆପଣ ଆମକୁ ବାନ୍ଧିବେ କହୁଥିଲେ ପ୍ରତିବର୍ଷ ସେହି କାଠରେ ସ୍ନାନଯାତ୍ରା ଓ ଗୁଣ୍ଡିଚା ଯାତ୍ରା ପୂର୍ବରୁ ସେନାପଟା ଓ ବାହୁଟ ନିର୍ମାଣ ହୋଇ ଆମ ଦେହରେ ବନ୍ଧା ହେବ।

ତାପରେ ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପୂର୍ବରୁ ପ୍ରତେକ ପହଣ୍ଡିରେ ବକୁଳ କାଠରେ ନିର୍ମିତ ସେନାପଟା ଓ ବାହୁଟ ଲାଗି କରାଯାଇଥାଏ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ପରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବବାହୁଟ ଓ ସେନାପଟା ଲାଗି କରିବାର ପରମ୍ପରା ରହିଛି।

ଲୀଳାମୟ ମହାପ୍ରଭୁଙ୍କ ଅନେକ ଲୀଳା, ଅନେକ କଳା । ମାନବୀୟ ଲୀଳା କରୁଥିବାରୁ ଭଗବାନ ମଧ୍ୟ ଠିକ୍‌ ମାନବ ପରି ଯାତ୍ରା ସମୟରେ ନିଜ ଅଙ୍ଗ ସୁରକ୍ଷା ପାଇଁ ସେନାପଟା, ବାହୁଟ ଧାରଣ କରନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.