ପୁରୀ: ପୁଣି ଇସ୍କନ ପକ୍ଷରୁ ଆମେରିକାରେ ରଥଯାତ୍ରା । ଅଦିନିଆ ରଥଯାତ୍ରା ପାଳନ କରୁଥିବା ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଚଳିତ ମାସ 10 ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋର ଠାରେ ରଥଯାତ୍ରା କରାଯାଇଥିବା ସ୍ଥାନୀୟ ଇସ୍କନ ସଙ୍ଗଠନର ଏକ ଭିଡିଓ ପୋଷ୍ଟରୁ ଜଣାପଡିଛି । ଫେସବୁକରେ ଏହି ଭିଡିଓ ଇସ୍କନ ବାଲ୍ଟିମୋର ଫେସବୁକ ଆଇଡିରେ ଏହାକୁ ସେୟାର କରାଯାଇଛି ।
ଏହି ଭିଡିଓରେ ଏକ ଦାମୀ କାରରେ ଦାରୁବ୍ରହ୍ମଙ୍କୁ ବସାଇ ଇସ୍କନ ଧର୍ମାବଲମ୍ବୀମାନେ ରଥଯାତ୍ରା ପାଳନ କରୁଥିବା ଦେଖାଯାଇଛି । ବହୁ ସଂଖ୍ୟାରେ ଭାରତୀୟ ଓ ଆମେରିକୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର ଆଗରେ ଭାରତୀୟ ଜାତୀୟ ପତାକା ମଧ୍ୟ ଉଡୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଦେଖିବା ପରେ ସାଧାରଣରେ ଆଲୋଚନାର ବିଷୟ ପାଲିଟିଛି।
ଅଦିନିରେ ରଥଯାତ୍ରା ପାଳନ ନେବ ବାରମ୍ବାର ବୁଦ୍ଧିଜୀବୀ ମହଲରେ ବିରୋଧ କରାଯାଉଛି। ଖୋଦ ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏଭଳି ରଥଯାତ୍ରା ନ କରିବାକୁ ପରାମର୍ଶ ଜାରି କରିଛି। ହେଲେ ବିଦେଶରେ ଏହା ବନ୍ଦ ହେବା ନା ଧରୁନି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ