ETV Bharat / city

ଦୀର୍ଘ 9 ମାସ ପରେ ଜଗା ଦର୍ଶନ କଲେ ପୁରୀବାସୀ

ଜଗତରନାଥ ଜଗନ୍ନାଥ କାଳିଆ ସାଆନ୍ତେ ଦିନ ଦୀର୍ଘ ଦିନ ପରେ ପୁରାବାସୀଙ୍କ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଚକାନୟନ ଦେଖି ଭାବବିହ୍ବର ଜିଲ୍ଲାବାସୀ । ଅଧିକ ପଢନ୍ତୁ...

9 ମାସ ପରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁରୀବାସୀ

author img

By

Published : Dec 26, 2020, 8:56 AM IST

Updated : Dec 26, 2020, 11:24 AM IST

ପୁରୀ: ଦୀର୍ଘ 9 ମାସ ପରେ ଶ୍ରୀଜୀଉ ଦର୍ଶନ କଲେ ପୁରୀବାସୀ। ମହାପ୍ରଭୁଙ୍କ ଚକାନୟନ ଦେଖି ଧନ୍ୟଧନ୍ୟ ହୋଇଛନ୍ତି ସମସ୍ତେ । ସକାଳ ସାଢେ 7 ଟାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ଅନୁମତି ଦିଆଯାଇଛି । ଶୃଙ୍ଖଳିତ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଟୋକନ ପ୍ରଦାନ କରିଛି । ଏସଓପି ଅନୁଯାୟୀ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ସେପଟେ ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରାଞ୍ଚଳ ଡିଆଇଜି ସମୀକ୍ଷା କରିଛନ୍ତି ।

ଦୀର୍ଘ 9 ମାସ ପରେ ଜଗା ଦର୍ଶନ କଲେ ପୁରୀବାସୀ

ମାର୍କେଟ ଛକ ଠାରୁ ବ୍ୟାରିକେଡ ଦଇ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ପ୍ରବେଶ ପୂର୍ବରୁ ସାନିଟାଇଜ ହେବା ସହ ପରିଚୟ ପତ୍ର ଓ ଟୋକେନ ଚେକିଂ କରାଯିବ । କୋରୋନା କଟକଣା ଲାଗୁ ହେବା ପର ଠାରୁ ଦୀର୍ଘ 9 ମାସ ଧରି ପ୍ରଭୁଙ୍କ ଦର୍ଶନରୁ ସମସ୍ତଙ୍କୁ ବଞ୍ଚିତ ରଖାଯାଇଥିଲା । ଗତ 23 ତାରିଖରେ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ଖୋଲାଯାଇଥିବାବେଳେ କେବଳ ସେବାୟତ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା । ଆଜି ଦ୍ବିତୀୟ ପର୍ଯ୍ୟାୟ ଭାବେ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ନବବର୍ଷ ଜାନୁଆରୀ 3 ତାରିଖରୁ ସାଧାରଣ ଲୋକେ ଶ୍ରୀଜୀଉଙ୍କ ସାନିଧ୍ୟ ପାଇବେ ।

ଆଜି ଠାରୁ ପୁରୀବାସୀଙ୍କୁ ମହାବାହୁଙ୍କ ଦର୍ଶନ କରିବାର ସୁଯୋଗ ମିଳିଛି । ତିନୋଟି ସିଫ୍ଟରେ ପହୁଡ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାର୍କେଟ ଛକ ବ୍ୟାରିକେଡ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ।ପ୍ରବେଶ ପୂର୍ବରୁ ଭକ୍ତଙ୍କ ପରିଚୟପତ୍ର ଓ ଟୋକେନ ଚେକିଂ କରାଯାଇ ଫଟୋ ଉଠାଯିବ । ଏହା ପରେ ଭକ୍ତଙ୍କୁ ମୁଖ୍ୟଦ୍ବାର ନିକଟରେ ସାନିଟାଇଜ ବ୍ୟବସ୍ଥା କରିଛି ପ୍ରଶାସନ । ଶୃଙ୍ଖଳିତ ଦର୍ଶନ ନେଇ ପୋଲିସ ପ୍ରଶାସନ ପକ୍ଷରୁ 18 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଆଜି ଠାରୁ ୭ଟି ୱାର୍ଡର ଅଧିବାସୀମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ । ୩୧ ତାରିଖ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ୱାର୍ଡ ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି ।

ପରୀକ୍ଷାମୂଳକ ଭାବେ ଏହି ଦର୍ଶନ ବ୍ୟବସ୍ଥା କରାଯାଉଥିବା ବେଳେ ଭକ୍ତ ମାନଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । ତେବେ ଅସନ୍ତା ୩ତାରିଖରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଏଥିପାଇଁ ୯୬ ଘଣ୍ଟା ମଧ୍ୟରେ କୋଭିଡ ନେଗେଟିଭ ସାର୍ଟିଫିକେଟର ଆବଶ୍ୟକତା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 26, 2020, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.