ETV Bharat / city

25 ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ । ସେନେଇ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦୀର୍ଘ 25 ବର୍ଷ ପରେ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ । ଅଧିକ ପଢନ୍ତୁ...

25 ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ
25 ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ
author img

By

Published : Oct 26, 2020, 11:33 AM IST

ପୁରୀ: ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ । ବେଶ ପ୍ରସ୍ତୁତି ନେଇ ଆଜି ସେବାୟତମାନେ ଅନୁକୂଳ କରିଛନ୍ତି । ପବିତ୍ର ବିଜୟା ଦଶମୀ ଅବସରରେ ଏହି ଅନୁକୂଳ ଅନୁଷ୍ଠିତ ହୋଇଥାଏ । ଦୀର୍ଘ 25 ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଭାବବିହ୍ବଳ ହୋଇପଡିଛନ୍ତି ସେବାୟତ ତଥା ଶିଳ୍ପୀ ।

25 ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଚିକ୍ରକୋଟା ଠାକୁରାଣୀଙ୍କ ପୀଠରେ ଅନୁକୂଳ ପୂଜା ହୋଇଛି । ପରମ୍ପରା ଅନୁଯାୟୀ, ବେତ, ସୋଲ ଆଦିର ପୂଜାର୍ଚ୍ଚନା କରାଯାଇଛି। ବେତ , ସୋଲ , ଜରିରୁ ହିଁ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ତିଆରି ହେବ । ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ । ଚଳିତ ବର୍ଷ ପଞ୍ଚକ 5 ଦିନ ବଦଳରେ 6 ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ବାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସେବାୟତ ବଳରାମ ଖୁଣ୍ଟିଆ ଚଳିତ ବର୍ଷ ନାଗାର୍ଜୁନ ବେଶ ପ୍ରସ୍ତୁତି ନେଇ ସେବା ଅଧିକାର ପାଇଛନ୍ତି । ତାଙ୍କରି ତତ୍ତ୍ବାବଧନରେ କାରୀଗରମାନେ ଏକ ମାସ ଲାଗି ଏହି ବେଶ ନିର୍ମାଣରେ ଲାଗିବେ। ନଭେମ୍ବର 25 ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶେଷ ଥର ପାଇଁ 1994 ମସିହାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.