ETV Bharat / city

AAPର ବିଜୁଳି ଆନ୍ଦୋଳନ: 200 ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ - ପୁରୀରେ ଆପ୍‌ର ଦସ୍ତଖତ ଅଭିଯାନ ଆରମ୍ଭ

ପୁରୀରେ ଆମ୍ ଆଦ୍‌ମୀ ପାର୍ଟିର ବିଜୁଳି ଆନ୍ଦୋଳନ ଆରମ୍ଭ ହୋଇଛି । ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ବିଜୁଳି ଦାବିରେ ବିଜୁଳି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

AAPର ବିଜୁଳି ଆନ୍ଦୋଳନ: 200 ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ

author img

By

Published : Apr 12, 2022, 9:29 PM IST

ପୁରୀ: ଆଜିଠାରୁ ପୁରୀ ଜିଲ୍ଲାରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବିଜୁଳି ଆନ୍ଦୋଳନର ଆହ୍ୱାନ ଦିଆଯାଇଛି । ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଦାବିରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟ ସରକାର ପୂର୍ବବର୍ଷ ବାରମ୍ବାର ବିଜୁଳି ଦର ବଢ଼ାଇଥିବାରୁ ଆମ୍ ଆଦ୍‌ମୀ ପାର୍ଟି ବିରୋଧ କରିଥିଲା । ଭୁବନେଶ୍ବରରେ ୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଦାବିରେ ରାଜ୍ୟ ଆପ୍‌ ଆବାହକ ନିଶିକାନ୍ତ ମହାପାତ୍ର ୧୦ ଦିନ ଧରି ଅନଶନରେ ବସିଥିଲେ ।

AAPର ବିଜୁଳି ଆନ୍ଦୋଳନ: 200 ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ

ସେହି ସମୟରେ କୋରୋନାର ପ୍ରକୋପ ବଢୁଥିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ଦିଲ୍ଲୀ ବାହାର ରାଜ୍ୟରୁ ବିଜୁଳି କିଣି ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ଏବଂ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ଅଧା ଦରରେ ବିଜୁଳି ବିତରଣ କରୁଛି । କିନ୍ତୁ ଓଡ଼ିଶା ବିଜୁଳି ବଳକା ରାଜ୍ୟ ହୋଇ ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରି ନିଜ ରାଜ୍ୟକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ଆଗକୁ ପ୍ରାୟ 2 ମାସ କାଳ ଆପ୍‌ର ପ୍ରତ୍ୟେକ କର୍ମକର୍ତ୍ତା ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ କରି ସମସ୍ତ ଦସ୍ତଖତକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବେ । ଯଦି ରାଜ୍ୟ ସରକାର ରାଜ୍ୟବାସୀଙ୍କ କଥା କୁ ନମାନନ୍ତି ତେବେ ଆଗକୁ ଆମ୍ ଆଦ୍‌ମୀ ପାର୍ଟି ପ୍ରତ୍ୟେକ ଓଡ଼ିଆ ଙ୍କ ଅଧିକାର ପାଇଁ ଭୁବନେଶ୍ୱରରେ ଏକ ବିଶାଳ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।

ଏହାକ ନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆପ୍‌ ମୁଖପାତ୍ର ସତ୍ୟଜିତ ମହାନ୍ତି । ଏହି ପ୍ରେସମିଟ୍‌ରେ ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି , ନଗର ଅଧ୍ୟକ୍ଷ ଅନିଲ ସେନାପତି , ମିଡିଆ ସଂଯୋଜକ ସମୀର ସାମନ୍ତରାୟ , ପ୍ରକାଶ ପ୍ରଧାନ, ରାକେଶ ନନ୍ଦ, ସୁଧାଂଶୁ ଶେଖର ଏବଂ ସୁନି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.