ETV Bharat / city

ଅତ୍ୟାବଶ୍ୟକ ସାମଗ୍ରୀ ଉପରେ GST, ପୁରୀରେ AAPର ବିକ୍ଷୋଭ - ପୁରୀରେ AAPର ବିକ୍ଷୋଭ ପ୍ରଦର୍ଶନ ବିକ୍ଷୋଭ ପ୍ରଦର୍ଶନ

ଦରଦାମ ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ GST ଲାଗୁ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆମ୍ ଆଦମୀ ପାର୍ଟିର ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ । ଅଧିକ ପଢ଼ନ୍ତୁ

ଅତ୍ୟାବଶ୍ୟକ ସାମଗ୍ରୀ ଉପରେ GST, ପୁରୀରେ AAPର ବିକ୍ଷୋଭ ପ୍ରଦର୍ଶନ

author img

By

Published : Jul 27, 2022, 7:28 AM IST

ପୁରୀ: ଦିନକୁ ଦିନ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ହେବାର ଲାଗିଛି । କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଏଭଳି ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ଅସହାୟ କରିଦେଇଛି କିନ୍ତୁ ସରକାର ଏଥିପ୍ରତି ଚିନ୍ତିତ ନାହାନ୍ତି । ଏଭଳି ଅଭିଯୋଗ ନେଇ ମଙ୍ଗଳବାର ପୁରୀରେ ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀ ଉପରେ GST, ପୁରୀରେ AAPର ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ର ସରକାର କେବଳ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଲୁଟିବାରେ ବ୍ୟସ୍ତ ଅଛନ୍ତି । କେନ୍ଦ୍ର ବିଜେପି ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଆମ୍‌ ଆଦମୀ ପାର୍ଟି ଅଭିଯୋଗ କରିଛି । କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଉପରେ GST ଟିକସ ଲାଗୁ କରି ଦେଶର ଗରିବ, ମଧ୍ୟବିତ୍ତଙ୍କ ଜୀବନ ଜୀବିକା ବିପନ୍ନ କରିଛନ୍ତି ବୋଲି କହିଛି ଆମ୍‌ ଆଦମୀ ପାର୍ଟି । ଏହାର ପ୍ରତିବାଦରେ AAP ପକ୍ଷରୁ ପୁରୀ ସହରରେ ବିକ୍ଷୋଭ ପ୍ରଦର୍ଶନ କରଯାଇଛି ।

ରନ୍ଧନ ଗ୍ୟାସ ଦର ବୃଦ୍ଧି ଏବଂ ଚୁଡା, ମୁଢ଼ି, ଗୁଡ଼ ଭଳି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଉପରେ GSTକୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି ପୁରୀ ଆମ୍ ଆଦମୀ ପାର୍ଟି । ପୁରୀ ସହରବାସୀ ଏକଜୁଟ ହୋଇ ଏହାର ପ୍ରତିବାଦ ନକଲେ ଆଗାମୀ ଦିନରେ ଜନସାଧାରଣ ବ୍ୟାପକ ସମସ୍ୟା ଭୋଗିବେ ବୋଲି AAP ପକ୍ଷରୁ କୁହାଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.