ETV Bharat / city

ଜମିଜମା ବିବାଦରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Mar 10, 2021, 4:14 PM IST

ଜମିଜମା ବିବାଦରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ...

a woman attacked in puri for land dispute
ଜମିଜମା ବିବାଦରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର : ଦିନ କେଇଟା ତଳେ ସାରା ବିଶ୍ବ ପାଳିଥିଲା ବିଶ୍ବ ମହିଳା ଦିବସ । ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଲାଗି ଦିଆଯାଇଛି ଅନେକ ଭାଷଣ ଓ ଆହ୍ବାନ । ବିଶ୍ଵ ମହିଳା ଦିବସ ପାଳନର ଦିନ କେଇଟା ପୁରିନି ଦେଖିବାକୁ ମିଳିଛି ମହିଳାଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର । ଏଭଳି ହୃଦୟ ଥରେଇ ଦେଲା ପରି ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ ।

ପାରିବାରିକ କଳହ ଓ ଜମିବାଡି ବିବାଦକୁ ନେଇ ମହିଳାଙ୍କୁ ନିସ୍ତୁକ ମାଡ ମାରିଛନ୍ତି କିଛି ପୁରୁଷ । ଘଟଣା ଘଟିଛି ପୁରୀ ଅସ୍ତରଙ୍ଗ ଥାନା ପାଟସୁନ୍ଦର ଗାଁରେ । ହାତରେ ମାରଣାସ୍ତ୍ର ଧରି ଯୁବତୀ ଓ ମହିଳାଙ୍କ ଉପରକୁ ଆକ୍ରମଣ କରାଯାଇଥିବାର ଚିତ୍ର ସାମ୍ନାକୁ ଆସିଛି । ଜଣେ ପୁରୁଷ ଲୋକ ହାତରେ ମାରଣାସ୍ତ୍ର ଧରି ଜଣେ ମହିଳା ଓ ଯୁବତୀଙ୍କ ଚୁଟି ଧରି ଘୋଷାରି ତଳେ ପକାଇ ଆକ୍ରମଣ କରୁଛନ୍ତି । ଏମିତି କିଛି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ମୋବାଇଲରୁ ମୋବାଇଲ 16 ସେକେଣ୍ଡର ଏହି ଭିଡ଼ିଓ ଘୁରି ବୁଲୁଛି । ଘଟଣାର ପ୍ରକୃତ କାରଣ ବାହାର କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.