ETV Bharat / city

ପୁରୀ ସମୁଦ୍ରରେ ବୁଡିଗଲେ ୬ବଙ୍ଗୀୟ ପର୍ଯ୍ୟଟକ: ୪ ଉଦ୍ଧାର, ଜଣେ ମୃତ

author img

By

Published : Oct 19, 2021, 5:07 PM IST

ପୁରୀ ସମୁଦ୍ର ସ୍ନାନବେଳେ ଅଘଟଣ । ବୁଡିଗଲେ 6 ବଙ୍ଗୀୟ ପର୍ଯ୍ୟଟକ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେହିପରି ଏବେ ମଧ୍ୟ ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଥିବା ସୂଚନା । ଅଧିକ ପଢନ୍ତୁ...

ପୁରୀ ସମୁଦ୍ରରେ ବୁଡିଗଲେ ୬ବଙ୍ଗୀୟ ପର୍ଯ୍ୟଟକ: ୪ ଉଦ୍ଧାର ,ଜଣେ ମୃତ

ପୁରୀ: ସମୁଦ୍ର ସ୍ନାନବେଳେ ପୁରୀ ବେଳାଭୂମିରେ ଭିନ୍ନଭିନ୍ନ ୩ସ୍ଥାନରେ ଅଘଟଣ । ଗାଧୋଉଥିବାବେଳେ ବୁଡିଗଲେ ୬ ବଙ୍ଗୀୟ ପର୍ଯ୍ୟଟକ। ତେବେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ଜଣଙ୍କ ପତ୍ତା ମିଳିପାରିନାହିଁ । ଉଦ୍ଧାର ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଗୋଟିଏ ପରିବାର ୩ ମହିଳା ରହିଛନ୍ତି । ସେହିପରି ମୃତଦେହ ଉଦ୍ଧାର ହୋଇଥିବା ପର୍ଯ୍ୟଟକଙ୍କ ନାଁ ଅନୁପମ ମଣ୍ଡଳ ଓ ସେ ପଶ୍ଚିମବଙ୍ଗର ବୋଲି ସ୍ପଷ୍ଟ ହୋଇଛି । ଅନ୍ୟ ଜଣେ ସଞ୍ଜୁ ଭଟ୍ଟାଚାର୍ଯ୍ୟ ନାମକ ପର୍ଯ୍ୟଟକ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବାବେଳେ ସର୍ଚ୍ଚ ଅପରେସନ ଜାରି ରଖିଛି ଅଗ୍ନିଶମ ଟିମ ।

ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର
ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଆଧାରରେ, ଚକ୍ରତୀର୍ଥ ରୋଡ ହୋଟେଲ ପିଙ୍କ ହାଉସ ସମେତ ପୁରୀ ବେଳାଭୂମିର ପୃଥକ ପୃଥକ ସ୍ଥାନରେ ପର୍ଯ୍ୟଟକମାନେ ଗାଧାେଉଥିବାବେଳେ ଏହି ଅଘଟଣ ଘଟିଛି । ଉଚ୍ଚ ଲହଡି ଆସିବାରୁ ସମୁଦ୍ର ମଧ୍ୟକୁ ଏମାନେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ମହିଳା ପର୍ଯ୍ୟଟକଙ୍କ ସମେତ ୪ ପର୍ଯ୍ୟଟକଙ୍କୁ ସେଠାରେ କାର୍ଯ୍ୟରତ ଥିବା ଲାଇଫଗାର୍ଡ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ସେହିପରି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟଜଣେ ନିଖୋଜ ପର୍ଯ୍ୟଟକଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସ ଜାରି ରହିଛି ।

ଉଦ୍ଧାର ହୋଇଥିବା ପର୍ଯ୍ୟଟକ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.