ETV Bharat / city

ଶ୍ରୀକ୍ଷେତ୍ରରେ ‘5ଟି’ ସଚିବ, ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ କଲେ ସମୀକ୍ଷା - VK Pandian in Puri

ଅଚାନକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ‘5ଟି’ ସଚିବ ଭିକେ ପାଣ୍ଡିଆନ। ଅଧିକ ପଢନ୍ତୁ...

ଶ୍ରୀକ୍ଷେତ୍ରରେ ‘5ଟି’ ସଚିବ
ଶ୍ରୀକ୍ଷେତ୍ରରେ ‘5ଟି’ ସଚିବ
author img

By

Published : Dec 19, 2020, 9:41 AM IST

ପୁରୀ: ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଆଜି(ଶନିବାର) ସକାଳୁ ସକାଳୁ ସମୀକ୍ଷା କରିଛନ୍ତି ‘5ଟି’ ସଚିବ ଭିକେ ପାଣ୍ଡିଆନ। ପୁରୀ ଗସ୍ତରେ ଆସି ଭୋର 5ଟାରୁ ସେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ଆସନ୍ତା 23 ତାରିଖରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ‘5ଟି’ ସଚିବଙ୍କ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ମନେ ହେଉଛି । କିଭଳି ଶାନ୍ତି ଶୃଙ୍ଖଳାରେ କୋଭିଡ ଗାଇଡ଼ ଲାଇନରେ ଶ୍ରୀମନ୍ଦିର ଖୋଲିବ ସେ ନେଇ ‘5ଟି’ ସଚିବ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସମୀକ୍ଷା ଅବସରରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ । ଏଥିସହ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରିଛନ୍ତି ‘5ଟି’ ସଚିବ ।

ତେବେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଏସଓପି ଅନୁସାରେ କରାଯିବ । ପ୍ରଥମ ଦୁଇଦିନ ସେବାୟତ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ କେବଳ ପୁରୀ ସହରବାସୀ । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.