ETV Bharat / city

ପୁରୀ ଲୋକନାଥ ମନ୍ଦିରର ହେବ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

author img

By

Published : Sep 20, 2022, 1:39 PM IST

ଖୁବଶୀଘ୍ର ପୁରୀ ଶ୍ରୀ ଲୋକନାଥ ମନ୍ଦିରର କରାଯିବ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ । ଏନେଇ 5T ସଚିବ ଲୋକନାଥ ମନ୍ଦିର ଆସି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

ଖୁବଶୀଘ୍ର ପୁରୀ ଶ୍ରୀ ଲୋକନାଥ ମନ୍ଦିରର କରାଯିବ ଉନ୍ନତିକରଣ

ପୁରୀ: ପୁରୀର ଶ୍ରୀ ଲୋକନାଥ ମନ୍ଦିରର ହେବ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ । ଏନେଇ 5T ସଚିବ ଭି.କେ ପାଣ୍ଡିଆନ୍‌ ଲୋକନାଥ ମନ୍ଦିର ଆସି(Odisha govt to make master plan for development of Puri Shri Lokanath temple) ଉନ୍ନତିମୂଳକ କାର୍ଯ୍ୟର କରିଛନ୍ତି । ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି (development of Puri Shri Lokanath temple)। ଏଥିପାଇଁ 5T ସଚିବ ଭି.କେ ପାଣ୍ଡିଆନ୍ ପୁରୀ ଗସ୍ତରେ ଆସି ଲୋକନାଥ ମନ୍ଦିର ଯାଇ ପ୍ରଭୁଙ୍କ ଦର୍ଶନ ସହ ମନ୍ଦିରର ଉନ୍ନତିକରଣ ଯୋଜନା ନେଇ ସମୀକ୍ଷା କରିଛନ୍ତି ।

5T ସଚିବ ଭି.କେ ପାଣ୍ଡିଆନ ଲୋକନାଥ ମନ୍ଦିରରେ ପହଞ୍ଚିବା ପରେ ଲୋକନାଥ ମନ୍ଦିର ସେବାୟତ, ଜିଲ୍ଲାପାଳ, ଉପଜିଲ୍ଲାପାଳ ତାଙ୍କୁ ସ୍ବାଗତ କରିବା ସହ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ଏଥିସହ ମନ୍ଦିରର କିଭଳି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଲୋକନାଥ ମନ୍ଦିର ଭିତର ଓ ବାହାର ବେଢାର ସମୀକ୍ଷା କରିବା ସହ ମନ୍ଦିର ବାହାରେ ଯାତ୍ରୀଙ୍କ ପାଇଁ କମ୍ୟୁନିଟି ସେଣ୍ଟର, ବିଶ୍ରାମ ଗାର, ମନ୍ଦିର ସୁରକ୍ଷା ପାଇଁ ଚାରିପଟେ ପାଚେରୀ ନିର୍ମାଣ, ସ୍କୁଲ୍ ନିର୍ମାଣ ପାଇଁ ସେବାୟତମାନେ ଅନୁରୋଧ କରିଥିଲେ ।

ତେବେ ସାମାନ୍ୟ ବର୍ଷା ହେଲେ ଲୋକନାଥ ମନ୍ଦିର ଭିତରେ ଅନେକ ସମୟରେ ବର୍ଷା ଜଳ ଜମି ରହୁଥିବାରୁ ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା ମଧ୍ୟ କରାଯିବା ନେଇ ଅନୁରୋଧ କରିଥିଲେ । ସେହିପରି ମନ୍ଦିର ସମ୍ମୁଖରେ ପେଭର ବ୍ଲକ ବିଛାଇବା, ଜିଆଇ ଗେଟ ତିଆରି କରିବା, ମୋଟର ସାଇକେଲ ଷ୍ଟାଣ୍ଡ, ପାଦ ଓ ହାତ ପ୍ରକ୍ଷାଳନ ବ୍ୟବସ୍ଥା, ପାର୍କିଂ ଅଞ୍ଚଳ ଓ ପାର୍ବତୀ ସାଗର ପୁଷ୍କରିଣୀର ଉନ୍ନତିକରଣ ପାଇଁ ଯୋଜନା ରହିଛି ନୂଆ ପ୍ରୋଜେକ୍ଟରେ । ଖୁବଶୀଘ୍ର ଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି 5T ସଚିବ ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଲୋକନାଥ ମନ୍ଦିରରେ ବନ୍ଦ ହୋଇ ରହିଥିବା ନୀତିକାନ୍ତି କିଭଳି ପୁନର୍ବାର କରାଯାଇପାରିବ ସେ ନେଇ ମଧ୍ୟ 5T ସଚିବଙ୍କୁ ସେବାୟତମାନେ ଅବଗତ କରାଇଛନ୍ତି । ସେହିପରି ସେବାୟତ ମାନଙ୍କ ପାଇଁ ସ୍ବାସ୍ଥ୍ୟବୀମା ଯୋଜନା କରିବାକୁ ସେବାୟତମାନେ ଦାବି କରିଛନ୍ତି । ସେହିପରି ପୁରୀ ମନ୍ଦିର ଚାରିପଟେ ଯେଉଁ ଯେଉଁ ବ୍ୟବସ୍ଥା ହୋଇଛି ଲୋକନାଥ ମନ୍ଦିର ପାଇଁ ସେହି ସୁବିଧା କରିବାକୁ ଦାବି ହେଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.