ETV Bharat / city

ମହାପ୍ରଭୁଙ୍କୁ ଦର୍ଶନ କଲେ 5ଟି ସଚିବ

ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା, ବିମଳା ମନ୍ଦିର ଓ ପାର୍ଶ୍ଵଦେବାଦେବୀ ମନ୍ଦିର ଦର୍ଶନ କରିଛନ୍ତି 5ଟି ସଚିବ । ଅଧିକ ପଢନ୍ତୁ

5t secretary visits puri jagannath temple
ମହାପ୍ରଭୁଙ୍କୁ ଦର୍ଶନ କଲେ 5 ଟି ସଚିବ
author img

By

Published : Oct 16, 2022, 10:48 AM IST

ପୁରୀ: 5ଟି ସଚିବ ଭିକେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଆଜି ଭୋରରୁ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା, ବିମଳା ମନ୍ଦିର ଓ ପାର୍ଶ୍ଵଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ସମୟ ଅତିବାହିତ କରିବା ପରେ ସେ ଭୁବନେଶ୍ବରକୁ ଫେରିଥିଲେ ।

ମହାପ୍ରଭୁଙ୍କୁ ଦର୍ଶନ କଲେ 5 ଟି ସଚିବ

ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି । ପୂର୍ବରୁ ସେପ୍ଟମ୍ବର 24ରେ ପୁରୀ ଗସ୍ତରେ ଆସିଥିଲେ 5T ସଚିବ ଭିକେ ପାଣ୍ଡିଆନ । ପୁରୀରେ ପହଁଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ । NMA ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ NOC ମିଳିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର କରିବାକୁ 5T ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ... 77 ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛୁଟିଲା ଶୁଭେଚ୍ଛା ସୁଅ

ପ୍ରକାଶ ଥାଉକି, ଆଜି 77 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 25 ବର୍ଷ ପୂର୍ବରୁ ଯେଉଁ ନା ଅଜଣା ଥିଲା ଆଜି ସେ ଓଡିଶାର ଏକ ଚର୍ଚ୍ଚିତ ଚେହେରା । ମହିଳାଙ୍କୁ ସଶକ୍ତ କରିବାରେ ସେମାନଙ୍କ ବଳ ସାଜିଛନ୍ତି ନବୀନ । ପିଲାଠୁ ବୁଢା ସମସ୍ତଙ୍କ ପ୍ରିୟ ନେତା ହୋଇ ପାରିଛନ୍ତି ନବୀନ । ରାଜନୀତିର ର ଅକ୍ଷର ଜାଣି ନଥିବା ନବୀନ ଏବେ ବାପା ବିଜୁ ପଟ୍ଟନାୟକଙ୍କ ପରେ ରାଜନୀତିର ଖୁଣ୍ଟ ପାଲଟିଛନ୍ତି । ଆଜି ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.