ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ରମ୍ଭା ରେଞ୍ଜ ଅଧୀନ ନବା ସମୁଦ୍ର କୂଳରେ ଏକ 42 ଫୁଟର ତିମି ଲାଗିଥିବା ଦେଖାଯାଇଛି । ଏହାର ଓଜନ ଆନୁମାନିକ 20ଟନ ହେବ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ଅନୁମାନ କରିଛନ୍ତି ।
ତେବେ ତିମିଟି କେମିତି କୂଳକୁ ଆସିଲା ତାହା ସ୍ପଷ୍ଟ ହୋଇନଥିବାବେଳେ ଏହା ଜୁଆର ସ୍ରୋତରେ ଆସିଥିବାବେଳେ ପରେ ଜଳସ୍ତର ହ୍ରାସ ପାଇବାରୁ ଗଭୀର ସମୁଦ୍ରକୁ ଯାଇ ପାରିନଥିବା ସନ୍ଦେହ କରାଯାଇଛି ।
ତିମିଟି ଜୀବିତ ଥିବା ଜଣାପଡିଥିବାବେଳେ ଖବର ମିଳିଛି । ବନ ବିଭାଗ ଅଧିକାରୀ କିମ୍ବା କର୍ମଚାରୀ କିନ୍ତୁ ବର୍ତ୍ତମାନ ସୁଦ୍ଧା ପହଞ୍ଚିନଥିବା ସୂଚନା ରହିଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ