ETV Bharat / city

Konark Festival: ବର୍ଣ୍ଣାଢ୍ୟ ସନ୍ଧ୍ୟାରେ ଉଦଘାଟନ ହେଲା ୩୨ତମ କୋଣାର୍କ ମହୋତ୍ସବ

author img

By

Published : Dec 1, 2021, 10:58 PM IST

Updated : Dec 2, 2021, 7:02 AM IST

କୋଣାର୍କ ମହୋତ୍ସବ ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡ଼ିଓ କନଫରେନ୍ସିଂରେ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

Famous konark festiva
ବର୍ଣ୍ଣାଢ୍ୟ ସଂନ୍ଧ୍ୟାରେ ଉଦଘାଟନ ହେଲା ୩୨ ତମ କୋଣାର୍କ ମହୋତ୍ସବ

ପୁରୀ: ଶୁଭାରମ୍ଭ ହେଲା କୋଣାର୍କ ମହୋତ୍ସବ । ଏହି ରାଜ୍ୟସ୍ତରୀୟ କୋଣାର୍କ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡରେ ସାମିଲ ହୋଇ ଉଦଘାଟନ କରିଛନ୍ତି । ଆଜି ଏକ ବର୍ଣ୍ଣାଢ୍ୟ ସନ୍ଧ୍ୟାର ୩୨ ତମ ରାଜ୍ୟସ୍ତରୀର କୋଣାର୍କ ମହୋତ୍ସବ ଶୁଭାରମ୍ଭ ହୋଇଛି ( 32nd edition of the Konark Festival Inaugurated ) । ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଓ ସାଂସ୍କୃତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ। (cultural evening was inaugurated by Tourism Minister Jyoti Prakash Panigrahi) ।

Konark Festival; ବର୍ଣ୍ଣାଢ୍ୟ ସନ୍ଧ୍ୟାରେ ଉଦଘାଟନ ହେଲା ୩୨ତମ କୋଣାର୍କ ମହୋତ୍ସବ

ଉଦଘାଟନୀ ଦିନରେ କୋଣାର୍କ ଉତ୍ସବରେ ପ୍ରଥମ ଶୋ ଭାବରେ ନୂଆଦିଲ୍ଲୀରୁ ଆସିଥିବା ପଦ୍ମଶ୍ରୀ ମାଧବୀ ମୁଦଗଲ ଓ ତାଙ୍କ ଟିମ ଦ୍ବାରା ଓଡିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ପ୍ରଥମ ସନ୍ଧ୍ୟା ରେ କୋଣାର୍କ ମୁକ୍ତା କାଶ ରଙ୍ଗ ମଞ୍ଚରେ ପରିବେଷିତ ହୋଇଥିଲା ଓଡିଶୀ । ନୂଆଦିଲ୍ଲୀର ଗନ୍ଧର୍ଵ ମହାବିଦ୍ୟାଳୟ ଗ୍ରୁପ ପକ୍ଷରୁ ଓଡିଶୀ ପରିବେଷଣ କରାଯାଇ ଥିଲା। ଯାହାକି ବେଶ ରୋମାଂଚିତ କରିଥିଲା ।

ପରେ ନୂଆଦିଲ୍ଲୀ ର dhawani ଗ୍ରୁପ ପକ୍ଷରୁ କଥକ ପରିବେଷିତ ହୋଇଥିଲା । ଯାହାକି ଦର୍ଶକ ଙ୍କୁ ବେଶ ଆକର୍ଷିତ କରିଥିଲା । ତେବେ ଆଜି ଠାରୁ ଆରମ୍ଭ ହୋଇଥିବା କୋଣାର୍କ ମହୋତ୍ସବ ଆସନ୍ତା 5 ତାରିଖ ଯାଏ ଚାଲିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 2, 2021, 7:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.