ETV Bharat / city

ପୁରୀରେ ଅଘଟଣ, ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ

ପୁରୀ ବିର୍ଲା ଗେଷ୍ଟ ହାଉସ ନିକଟରେ ଘଟିଛି ଅଘଟଣ । ୩ ଜଣ ପର୍ଯ୍ୟଟକ ଭାସିଯାଇଥିବା ମିଳିଛି ସୂଚନା । ଅଧିକ ପଢନ୍ତୁ...

author img

By

Published : Oct 7, 2021, 6:55 PM IST

Updated : Oct 7, 2021, 7:02 PM IST

ପୁରୀରେ ଅଘଟଣ, ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ
ପୁରୀରେ ଅଘଟଣ, ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ

ପୁରୀ: ଜିଲ୍ଲାରେ ଘଟିଛି ଅଘଟଣ । ଲାଇଟ ହାଉସ ନିକଟବର୍ତ୍ତୀ ବିର୍ଲା ଗେଷ୍ଟ ହାଉସ ସମ୍ମୁଖ ସମୁଦ୍ର କୂଳରୁ ଭାସିଗଲେ ୩ ପର୍ଯ୍ୟଟକ । ବର୍ତ୍ତମାନ ୨ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ସୂଚନା ମିଳିଛି ।

ଉଦ୍ଧାର ହୋଇଥିବା ୨ ଜଣଙ୍କ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ପର୍ଯ୍ୟଟକ ରହେଶ କୁମାର ସିଂ(୨୨) ହୋଇଥିବା ବେଳେ ଆଉ ଜଣେ ଓମ ପ୍ରକାଶ ଯାଦବ ବୋଲି ଜଣାପଡ଼ିଛି । ରହେଶଙ୍କ ଘର ଭଦ୍ରକ ଜିଲ୍ଲା ବିତିପୁର ଅଞ୍ଚଳରେ ହୋଇଥିବା ବେଳେ ଓମପ୍ରକାଶଙ୍କ ଘର ଅନୁଗୋଳ ଜିଲ୍ଲାରେ । ଏମାନଙ୍କୁ ଚିକିତ୍ସା କରିବା ପାଇଁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଛି । ସେପଟେ ନିଖୋଜ ଥିବା ପର୍ଯ୍ୟଟକଙ୍କ ନାମ ଶହୀଦ ଅନୱାର ବୋଲି ଜଣାପଡ଼ିଛି ।

3 tourists drowned in front of Birla guest house in Puri

ଉଦ୍ଧାରକାରୀ ଟିମ ବର୍ତ୍ତମାନ ନିଖୋଜଙ୍କୁ ଖୋଜିବାରେ ଲାଗିଛନ୍ତି । ତେବେ ସେମାନେ କିପରି ପରିସ୍ଥିତିରେ ବୁଡ଼ିଗଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 7, 2021, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.