ETV Bharat / city

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ; ଘରେ ପଶି ଭଙ୍ଗାରୁଜା, ଟଙ୍କା ଲୁଟ - ପୁରୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ । ଘର ଭିତରେ ପଶି ଭଙ୍ଗାରୁଜା କରିବା ସହ ଟଙ୍କା ପଇସା ଲୁଟ । ଏହି ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Deadly attacks centered on previous hostilities in puri
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ,ଘରେ ପଶି ଭଙ୍ଗାରୁଜା ସହ ଟଙ୍କା ଲୁଟ
author img

By

Published : Jun 7, 2021, 4:45 PM IST

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ । ଏହା ସହିତ ଘର ଭାଙ୍ଗି ଟଙ୍କା ପଇସା ଲୁଟ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ସଦର ବ୍ଲକ ବାଲୁପୁଟ ପଞ୍ଚାୟତର ସିଆରୋ ଗ୍ରାମରେ । ସୂଚନା ଅନୁଯାୟୀ ସିଆରୋ ଗ୍ରାମର ଗ୍ରାମ ଠାକୁରାଣୀଙ୍କ ଜମିବାଡ଼ିକୁ ନେଇ ପୂର୍ବରୁ ସେହି ଗ୍ରାମର ଦୁଇ ସାହି ମଧ୍ୟରେ ବିବାଦ ଉପୁଜିଥିଲା ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ,ଘରେ ପଶି ଭଙ୍ଗାରୁଜା ସହ ଟଙ୍କା ଲୁଟ

ତେବେ ସେହି ଗ୍ରାମର ଶତ୍ରୁଘ୍ନ ଜେନା ମୁଖିଆ ହିସାବରେ ବୁଝାବୁଝି କରୁଥିବା ବେଳେ ଗ୍ରାମର ଲୋକମାନେ ଦିନରେ କାମ କରିବାକୁ ବାହାରକୁ ଯାଇ ଥିବା ସୁଯୋଗ ନେଇ କେତେକ ବ୍ୟକ୍ତି ସଂଘବଦ୍ଧ ହୋଇ ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ତିନି ପରିବାରକୁ ଆକ୍ରମଣ କରିଥିଲେ । ତେବେ ଆକ୍ରମଣରେ ତିନିଜଣ ଆହତ ହୋଇଛନ୍ତି । ଏଥି ସହିତ ଟେକାପଥର ଫୋପାଡି ଚାରି ବଖରା ଆଜବେଷ୍ଟସ୍ ଘର ଭଙ୍ଗାରୁଜା କରିବା ସହିତ ଜୋର ଜବରଦସ୍ତ ଘରେ ପଶି ସୁନା ଗହଣା ଓ ଟଙ୍କା ପଇସା ଲୁଟି ନେଇଯାଇଥିବା ଗୋପ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସେପଟେ ଗ୍ରାମବାସୀଙ୍କ କହିବା କଥା ଗାଁ ଲୋକେ ନଥିବା ସୁଯୋଗ ନେଇ ଅନ୍ୟ ସାହିର କିଛି ଯୁବକ ଏକାଠି ହୋଇ ଆକ୍ରୋଶମୂଳକ ଆକ୍ରମଣ କରିଥିଲେ । ତେବେ ଆକ୍ରମଣ କାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.