ETV Bharat / city

ମରଣାଯନ୍ତା ପାଲଟିଛି ବାଲିଆଗୋଡ଼ା ବାଇପାସ - ବାଲିଆଗୋଡ଼ା

ଖଣିଜ ସମ୍ପଦ ଭରା କେନ୍ଦୁଝର ଜିଲ୍ଲାକୁ ପ୍ରତିଦିନ ଶହଶହ ଗାଡି ଯିବା ଆସିବା କରେ । କିନ୍ତୁ ଜିଲ୍ଲାର ଗ୍ରାମାଞ୍ଚଳ କଥା କିଏ ପଚାରେ ସହରର ରାସ୍ତାର ଅବସ୍ଥା ମଧ୍ୟ ସଂଗୀନ । ବାଲିଆଗୋଡ଼ା ବାଇପାସ ନିକଟସ୍ଥ ଗ୍ରାମବାସୀ ଏହି ରାସ୍ତା ପାଇଁ ଦୀର୍ଘଦିନ ଧରି ଭୋଗୁଛନ୍ତି ଦଣ୍ଡ ।

ଡିଜାଇନ ଫଟୋ
author img

By

Published : Jul 29, 2019, 4:24 PM IST

କେନ୍ଦୁଝର: ଗାଁରୁ ସହର ସବୁଠି ପକ୍କା ସଡ଼କ ଯୋଜନା । ଦୁର୍ଘଟଣା ଏଡାଇବାକୁ ସରକାରୀ ସ୍ତରରେ ବି ନିଆଯାଉଛି ପଦକ୍ଷେପ । ହେଲେ ବାସ୍ତବ ଚିତ୍ର କିଛି ଓଲଟା କହୁଛି । ଗାଁ ତ ଗାଁ ସହରକୁ ମଧ୍ୟ ନିର୍ମାଣ ହୋଇପାରୁନି ପକ୍କା ରାସ୍ତା । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ଅନତି ଦୂରରେ ବାଲିଆଗୋଡା ବାଇପାସକୁ ଆଜି ଯାଏ ସଡକ ଟିଏ ହୋଇପାରିଲା ନାହିଁ । ଖାଲ ଢିଫ ସାଙ୍ଗକୁ ଅସରାଏ ପାଣିରେ ଫସିରହୁଛି ଯାନବାହନ । ଆଉ ଘଣ୍ଟାଏ ଛିଡା ହେଲେ ଯାଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସହରକୁ ଭାରିଯାନ ଚଳାଚଳ ନକରିବା ପାଇଁ ବାଲିଆଗୋଡ଼ା ନିକଟ ଜାତୀୟ ରାଜପଥ ୪୯ ଉପରେ ନିର୍ମାଣ ହୋଇଥିଲା ବାଇପାସ ରାସ୍ତା । କିନ୍ତୁ ଏହି ରାସ୍ତା ଏବେ ନିକଟସ୍ଥ ଗ୍ରାମବାସୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହି ରାସ୍ତା ଏବେ ମରଣ ଯନ୍ତାରେ ପରିଣତ ହେଇଥିବା ଅଭିଯୋଗ ହେଉଛି । ଦିନକୁ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଭାରି ଯାନ ଓ ଅନ୍ୟ ଯାନ ଯିବା ଆସିବା କରୁଥିବାବେଳେ ବଡ଼ ବଡ଼ ଗାତ ଯୋଗୁ ଫସିରହୁଛି ଗାଡି । ଫଳରେ ଅନ୍ୟ ଯାତ୍ରୀ ମାନଙ୍କୁ ନାନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ପୂର୍ବରୁ ଘଟଣା ବିଷୟରେ ପ୍ରଶାସନକୁ ସ୍ଥାନୀୟବାସିନ୍ଦା ଜଣାଇଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ । ଫଳରେ ରୋଗୀ ଠାରୁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାରେ ଛନ୍ଦି ହୋଇପଡ଼ୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ସହର ତଳେ ମରଣ ଯନ୍ତା ପାଲିଟିଛି ରାସ୍ତାBody:
ଆଙ୍କର- ଦିନକୁ ଦିନ ସରକାର ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । ସବୁ ଗାଁ ରୁ ସହର ପକ୍କା ସଡକ ଦୁର୍ଘଟଣା ମୁକ୍ତ ସଡ଼କ ଦେଉଥିବା ପ୍ରଚାର ପ୍ରସାର ରେ ଵ୍ୟସ୍ତ । କିନ୍ତୁ ଏସବୁ ଡିଣ୍ଡିମର ମୁଖା ଖୋଲୁଛି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ଅନତି ଦୂର ବାଲିଆଗୋଡ଼ା ବାଇପାସ ସଡ଼କ । ସହର ମଧ୍ୟକୁ ଭାରିଯାନ ଚଳାଚଳ ନକରିବା ପାଇଁ ବାଲିଆଗୋଡ଼ା ନିକଟରେ ନିର୍ମାଣ ହୋଇଥିଲା ଜାତୀୟ ରାଜପଥ ୪୯ ଉପରେ ବାଇପାସ ରାସ୍ତା । କିନ୍ତୁ ଏହି ରାସ୍ତା ଏବେ ଉକ୍ତ ଗ୍ରାମ ନିକଟସ୍ଥ ଲୋକ ମାନଙ୍କ ସହ ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ପାଇଁ ମୁଣ୍ଡ ବିଧାର କାରଣ ହୋଇଛି । ଏହି ରାସ୍ତା ଏବେ ମରଣ ଯନ୍ତା ରେ ପରିଣତ ହେଇଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ଦିନକୁ ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ୍ବ ଭାରି ଯାନ ଓ ଅନ୍ୟ ଯାନ ଯିବା ଆସିବା କରୁଛନ୍ତି । ଏହି ବାଇପାସ ନିକଟରେ ବଡ଼ ବଡ଼ ଗାଢ଼ ହୋଇଯାଇଥିବାରୁ ବଡ଼ ଗାଡି ଗୁଡିକ ଫସି ଯାଉଛି । ଏହା ଫଳରେ ଅନ୍ୟ ଗାଡ଼ିଗୁଡିକ ମଧ୍ୟ ଯିବା ଆସିବା କରିପାରୁନାହାନ୍ତି । ଏନେଇ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ପ୍ରଶାସନ ନିଦା ବିଷ୍ଣୁ ପାଲିଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।ଏନେଇ ଜାତୀୟ ରାଜପଥ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କାହାର ପ୍ରତିକ୍ରିୟା ମିଳି ପାରିନାହିଁ।

ବାଇଟ-୧-ପ୍ରଶାନ୍ତ ପଲେଇ ( ସ୍ଥାନୀୟ ଯୁବକ)
ବାଇଟ-୨-ମୁସ୍ତାକ ଖାନ ( ଯାତ୍ରୀ)
ବାଇଟ-୩- ଦେବୁ ପଟ୍ଟନାୟକ (ସହ ସମ୍ପାଦକ, ଜିଲ୍ଲା ଟ୍ରକ ମାଲିକ ସଙ୍ଘ)
ବାଇଟ-୪- ଜ୍ଞାନ ରଞ୍ଜନ ପାତ୍ର ( ଅଟୋ ଚାଳକ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.