ETV Bharat / city

ରାଇରଙ୍ଗପୁରରୁ ଝିଙ୍କ ଉଦ୍ଧାର - porcupine rescued in rairangpur

ମୟୂରଭଞ୍ଜ ସରାସପୋଷି ଗ୍ରାମରୁ ଏକ ୨ ଫୁଟ ଉଚ୍ଚର ଝିଙ୍କ ଉଦ୍ଧାର । ଉଦ୍ଧାର ପରେ ଝିଙ୍କକୁ ପାଉଦିଆ ସଂରକ୍ଷିତ ଜଙ୍ଗଲରେ ଛଡାଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ।

porcupine rescued in rairangpur
ରାଇରଙ୍ଗପୁରରୁ ଝିଙ୍କ ଉଦ୍ଧାର
author img

By

Published : Dec 31, 2019, 8:50 PM IST

ରାଇରଙ୍ଗପୁର: ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟ ଜୀବଜନ୍ତୁ ଏବେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଏମିତି ସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନ ସରାସପୋଷି ଗ୍ରାମରୁ ଏକ ୨ ଫୁଟ ଉଚ୍ଚର ଝିଙ୍କ ଉଦ୍ଧାର ହୋଇଛି । ଯାହାର ବୟସ ୧୦ ରୁ୧୨ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ଝିଙ୍କ ଉଦ୍ଧାର

ସୂଚନାନୁସାରେ, ମଙ୍ଗଳବାର ସରାସପୋଷି ଗ୍ରାମର ଅରୁଣ କୁମାର ମହାନ୍ତଙ୍କ ବାଡ଼ିରେ ଝିଙ୍କଟି ବୁଲୁ ଥିବାର ଦେଖି ସ୍ଥାନୀୟବାସୀ କରଞ୍ଜିଆ ବନାଞ୍ଚଳ ଅଧିକାରୀ ଧୁର୍ବେନ୍ଦ୍ର ନାୟକଙ୍କୁ ଖବର ଦେଇଥିଲେ । ଖବର ପାଇ ବନାଞ୍ଚଳ ଅଧିକାରୀ କାଦଡିହା ଫରେଷ୍ଟର ଉମାକାନ୍ତ ବେହେରା ଏବଂ ତାଙ୍କ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ଝିଙ୍କଟିକୁ ଉଦ୍ଧାର କରିବା ସହ ପାଉଦିଆ ସଂରକ୍ଷିତ ଜଙ୍ଗଲରେ ତାକୁ ଛାଡି ଦିଆଯାଇଥିବା ଧୁର୍ବେନ୍ଦ୍ର ନାୟକଙ୍କ ପକ୍ଷରୁ ସୂଚନା ମିଳିଛି ।

ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଯୋଗୁଁ ବନ୍ୟଜନ୍ତୁ ଏବେ ଗ୍ରାମ ମୁହାଁ ହେଉଛନ୍ତି । ଫଳରେ ବହୁ ସମୟରେ ଲୋକେ ବନ୍ୟଜନ୍ତୁଙ୍କୁ ମାରି ଦେଉଥିବା ମଧ୍ୟ ନଜର ଆସିଛି । ତେବେ ଆଜି ବନ ବିଭାଗ ଝିଙ୍କକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବାରୁ ପରିବେଶବିତ ମାନେ ଘଟଣାକୁ ସାଧୁବାଦ ଜଣାଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଗ୍ରାମ ମଧ୍ୟରୁ ଝିଙ୍କ ଉଦ୍ଧାର ।
ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ସହିତ ଜୀବଜନ୍ତୁ ଏବେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନ ସରାସପୋଷି ଗ୍ରାମ ମଧ୍ୟରୁ ଏକ ୨ଫୁଟ ଉଚ୍ଚ, ୧୦/୧୨ ବର୍ଷର ଝିଙ୍କ ଉଦ୍ଧାର କରିଛି ବନବିଭାଗ । ଆଜି ସରାସପୋଷି ଗ୍ରାମର ଅରୁଣ କୁମାର ମହାନ୍ତଙ୍କ ବାଡ଼ିରେ ଝିଙ୍କଟି ବୁଲୁ ଥିବା ଦେଖି କରଞ୍ଜିଆ ବନାଞ୍ଚଳ ଅଧିକାରୀ ଧୁର୍ବେନ୍ଦ୍ର ନାୟକ ଙ୍କୁ ଖବର ଦେଇଥିଲେ। ଖବର ପାଇ ଶ୍ରୀ ନାୟକ କାଦଡିହା ଫରେଷ୍ଟର ଉମାକାନ୍ତ ବେହେରା ଏବଂ ତାଙ୍କ ଟିମ ସହିତ ଯାଇ ସରାସପୋଷି ଗ୍ରାମରୁ ଝିଙ୍କଟିକୁ ଉଦ୍ଧାର କରିବା ସହିତ ପାଉଦିଆ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ବନାଞ୍ଚଳ ଅଧିକାରୀ ଧୁର୍ବେନ୍ଦ୍ର ନାୟକଙ୍କ ଠାରୁ ସୂଚନା ମିଳିଛି ।ତେବେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ସହିତ ବନ୍ୟଜନ୍ତୁ ଏବେ ଗ୍ରାମ ମୁହାଁ ହେଉଥିବାରୁ ବହୁ ସମୟରେ ଲୋକେ ବନ୍ୟଜନ୍ତୁଙ୍କୁ ମାରି ଦେଉଥିବା ମଧ୍ୟ ନଜିର ରହିଛି ତେବେ ଏହାକୁ ଆଜି ବନ ବିଭାଗ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବାରୁ ପରିବେଶବିତ ମାନେ ସାଧୁବାଦ ଜଣାଇଛନ୍ତି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.