କେନ୍ଦୁଝର: ତୃତୀୟ ପର୍ଯ୍ୟାୟ ଲକ ଡାଉନ ସରକାର ଘୋଷଣା କରିଛନ୍ତି । ଏହି ଲକ ଡାଉନ ଘୋଷଣା ପରେ ସମସ୍ତ ପ୍ରବାସୀ ଏବେ ଘର ମୁହାଁ। ପ୍ରଶାସନ ମଧ୍ୟ ପ୍ରବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ପ୍ରବାସୀଙ୍କୁ ଘରକୁ ଆଣିବାକୁ ସରକାର ସ୍ବତନ୍ତ୍ର ବସ, ଟ୍ରେନର ବ୍ୟବସ୍ଥା କରୁଛନ୍ତି । ଏହାସହ ବହୁ ପ୍ରବାସୀ ଶ୍ରମିକ ନିଜ ବ୍ୟବସ୍ଥାରେ ଘରମୁହାଁ ହେଉଛନ୍ତି ।
ତେବେ ଏହାକୁ ନଜର ରଖି ରାଜ୍ୟ ସରକାର ସୀମାକୁ ସିଲ କରିବା ସହ ଯାଞ୍ଚ ପକ୍ରିୟା ଜୋରସୋର କରିଛନ୍ତି । ସୀମାକୁ ସିଲ କରି ଆସୁଥିବା ସମସ୍ତ ପ୍ରବାସୀଙ୍କ ଯାଞ୍ଚକୁ କଡାକଡି କରିଛନ୍ତି ରାଜ୍ୟସରକାର । ସମସ୍ତ ସୀମାରେ ଡାକ୍ତରୀ ଟିମ,ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟେଣ୍ଟ ବ୍ୟବସ୍ଥା କରାଯାଇଛି । ରାଜ୍ୟର ସମସ୍ତ ସୀମା ଭଳି କେନ୍ଦୁଝର ଓ ଝାଡଖଣ୍ଡ ସୀମା ଚମ୍ପୁଆରେ ଯାଞ୍ଚ କଡାକଡି କରାଯାଇଛି ।
ଚମ୍ପୁଆର ଏହି ସୀମାରେ ଓଡିଶାରୁ ଝାଡଖଣ୍ଡ ରାଜ୍ୟକୁ ଯାଉଥିବା ପ୍ରବାସୀ ଓ ଆସୁଥିବା ପ୍ରବାସୀଙ୍କ ଯାଞ୍ଚ କଡାକଡି କରାଯାଇ ଛଡାଯାଉଛି । ସମସ୍ତ ଯାଞ୍ଚ ପରେ ହାତରେ ଷ୍ଟାମ୍ପ ମାରି ତାଙ୍କୁ ପ୍ରବେଶ କରାଯାଉଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ