ETV Bharat / city

ଚୌଦ୍ୱାରରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼: ଲୁଟି ନେଲେ ଟଙ୍କା, ଅଳଙ୍କାର - ଚୌଦ୍ୱାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼

ଚୌଦ୍ବାରରେ ବ୍ୟବସାୟୀ ଗୁଳିମାଡ । ସୁନା ବ୍ୟବସାୟୀ ଆହତ । ଗୋଡରେ ବାଜିଛି ଗୁଳି, ଏସସିବିରେ ଭର୍ତ୍ତି । ଅଧିକ ପଢନ୍ତୁ

ଚୌଦ୍ୱାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼,ସୁନା ବ୍ୟବସାୟୀ ଆହତ

author img

By

Published : Jan 19, 2022, 10:54 PM IST

Updated : Jan 20, 2022, 7:53 AM IST

କଟକ: ଚୌଦ୍ବାରରେ ବ୍ୟବସାୟୀଙ୍କୁ ଗୁଳିମାଡ । ଗୁଳିମାଡରେ ସୁନା ବ୍ୟବସାୟୀ ଆହତ । ବ୍ୟବସାୟୀଙ୍କ ଗୋଡରେ ବାଜିଛି ଗୁଳି । ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ଚୌଦ୍ବାର ଗାନ୍ଧି ଛକ ନିକଟରେ ଘଟିଛି ଗୁଳିକାଣ୍ଡ । ଗୁଳିମାଡରେ ପରେ କିଛି ସୁନା ଓ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଛନ୍ତି ।

ଚୌଦ୍ୱାରରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼

ସୂଚନାଅନୁସାରେ ଦୋକାନୀ ଜଣକ ଗାନ୍ଧୀ ଛକରେ ଦେବେନ୍ଦ୍ର ମହାରଣାଙ୍କ ଶ୍ରୀଲକ୍ଷ୍ମୀ ନାମକ ସୁନା ଦୋକାନ ରହିଛି । ରାତି ପ୍ରାୟ ୯ଟାରେ ସେ ଦୋକାନ ବନ୍ଦ କରି ଅଳଙ୍କାର ଓ ଟଙ୍କା ନେଇ ଘରକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଆସି ଦେବେନ୍ଦ୍ରଙ୍କ ଗୋଡକୁ ଗୁଳିମାଡ କରିଥିଲେ । ଏହାପରେ ସୁନା ଓ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଖବର ପାଇଁ କଟକ ଡିସିପି ପ୍ରତୀକ ସିଂ ଓ ଚୌଦ୍ବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଘଟଣାସ୍ଥଳରୁ ୪ଟି ଗୁଳି ଜବତ ହୋଇଛି । ଗୁରୁତର ବ୍ୟବସାୟୀଙ୍କୁ ଏସିସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଛାନଭିନ ଆରମ୍ଭ କରିଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 20, 2022, 7:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.