ETV Bharat / city

ଦ୍ୱିତୀୟ ଡୋଜ ଟିକା ନେଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ - ଟୀକାକରଣ ପରେ ମୃତ୍ୟୁ ଅଭିଯୋଗ

କଟକ ବଡ଼ ମେଡିକାଲରେ ଜଣେ ଯୁବକ ଦ୍ଵିତୀୟ ଡୋଜ ଟିକା ନେବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଦ୍ୱିତୀୟ ଡୋଜରେ ଯୁବକଙ୍କ ମୃତ୍ୟ ଅଭିଯୋଗ
ଦ୍ୱିତୀୟ ଡୋଜରେ ଯୁବକଙ୍କ ମୃତ୍ୟ ଅଭିଯୋଗ
author img

By

Published : Aug 27, 2021, 5:53 PM IST

କଟକ: କୋଭିଡ ଟିକାର ଦ୍ଵିତୀୟ ଡୋଜ ନେବା ପରେ ଚାଲିଗଲା ଯୁବକଙ୍କ ଜୀବନ। ଏମିତିକା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କଟକ ବଡ଼ ମେଡିକାଲରୁ। କଟକ ଚାଉଳିଆଗଞ୍ଜ ଅଞ୍ଚଳର ସଞ୍ଜୀବ ହାଲଦାରଙ୍କୁ ଆଜି(ଶୁକ୍ରବାର) ସକାଳୁ କୋଭିଡ ଟିକା ନେବା ପାଇଁ ଫୋନ ଆସିଥିଲା। ଏହାପରେ ସେ ଟିକା ନେବାପାଇଁ ଆସି କଟକ ବଡ଼ମେଡିକାଲର ଟିକାଦାନ କେନ୍ଦ୍ରରେ ପହଞ୍ଚିଥିଲେ।

ଦ୍ୱିତୀୟ ଡୋଜରେ ଯୁବକଙ୍କ ମୃତ୍ୟ ଅଭିଯୋଗ

ଟିକା ନେବାର କିଛି ସେକେଣ୍ଡ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଖରାପ ହୋଇଯାଇଥିଲା। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ କଟକ ବଡ଼ ମେଡିକାଲର କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୪୨ ବର୍ଷିୟ ରୋଜଗାରିଆ ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ।

ଟିକାର ପାର୍ଶ୍ୱପ୍ରତିକ୍ରିୟା ଓ ମେଡିକାଲରେ ଚିକିତ୍ସାର ଅବହେଳା ଯୋଗୁଁ ସଞ୍ଜୀବଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.