କଟକ : ଆଜି ହେଉଛି ବିଶ୍ୱ ମିତବ୍ୟୟିତା ଦିବସ । ସିଲଭରସିଟିରେ ଏହି ଅବସରରେ ଜିଲ୍ଲାପାଳଙ୍କ ତରଫରୁ ଗଡ଼ିଲା ଏକ ସଞ୍ଚୟ ରଥ । ଅର୍ଥ ସଞ୍ଚୟ କରିପାରିଲେ ଭବିଷ୍ୟତ ହେବ ଉଜ୍ଜଳ ବୋଲି ବାର୍ତ୍ତା ଦିଆଯାଇଛି । ଏହା ସହ ଯେ କୈଣସି ଅଣ ବ୍ୟାଙ୍କିଙ୍ଗ ବେସରକାରୀ ଅର୍ଥ ଲଗାଣ ସଂସ୍ଥା ଠାରୁ ଦୂରରେ ରହିବାକୁ ମଧ୍ୟ ଏହି ଅଭିଯାନରେ କୁହାଯାଇଛି ।।
ରାଷ୍ଟ୍ରାୟତ ବ୍ୟାଙ୍କ ଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ବୀକୀତି ପ୍ରାପ୍ତ ଅନୁଷ୍ଠାନରେ ହିଁ ସଞ୍ଚୟ କରନ୍ତୁ। କଟକ ସ୍ୱଳ୍ପ ସଞ୍ଚୟ ସଂଗଠନ ଦ୍ୱାରା ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନତା କରିବା ପାଇଁ ଏହି ସଞ୍ଚୟ ରଥ କଟକ ସହର ଓ କଟକ ଜିଲ୍ଲାରେ ବୁଲିବ । ଏହି ରଥ ଜିଲ୍ଲାର ସମସ୍ତ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରାଇବ। ବିଶେଷକରି ସଞ୍ଚୟ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଲୋକଙ୍କୁ ସଚେତନ କରାଯିବ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ