କଟକ: ନେତାଜୀ ସଂଗ୍ରହାଳୟ ବୁଲିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସଂଗ୍ରହାଳୟ ବୁଲି ଦେଖିବା ସହ ନେତାଜୀଙ୍କ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମ୍ୟୁଜିୟମ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ଅମିତ ଶାହ, ନେତାଜୀ ସଂଗ୍ରହାଳୟ ବୁଲିବା ବେଳେ ଏକ ବିଶେଷ ଘଟଣା ଦେଖିବାକୁ ମିଳିଛି । ନେତାଜୀଙ୍କ ଜୀବନୀ ଆଧାରରେ ପୁଅ ଲେଖିଥିବା ଏକ ପୁସ୍ତକକୁ ଅମିତ ଶାହଙ୍କୁ ଦେଇ ପୁଅର ସ୍ବପ୍ନକୁ ପୂରଣ କରିଛନ୍ତି ଜଣେ ମାଆ ।
ନେତାଜୀଙ୍କ ଜୀବନୀ ଆଧାରରେ ପୁଅ ଲେଖିଥିବା ବହି (NATIONALIST AS A DISSIPATIVE )କୁ ଅମିତ ଶାହଙ୍କୁ ଦେଇଛନ୍ତି ମାଆ ରାଜଲକ୍ଷ୍ମୀ ମହାନ୍ତି । 250 ପୃଷ୍ଠା ସମ୍ଭଳିତ ଏହି ପୁସ୍ତକରେ ନେତାଜୀଙ୍କ ବାଲ୍ୟକାଳ ଠାରୁ ଆରମ୍ଭ କରି ସେ ରଚିଥିବା ଇତିହାସ ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀ ଏହି ପୁସ୍ତକରେ ବର୍ଣ୍ଣିତ ହୋଇଛି । ରାଜଲକ୍ଷ୍ମୀ କହିଛନ୍ତି, "ଏହି ପୁସ୍ତକକୁ ପୁଅ ନିଜେ ଅମିତ ଶାହଙ୍କୁ ଦେବାର ଇଚ୍ଛା ରଖିଥିଲା । ମାତ୍ର ସେ ଅନୁପସ୍ଥିତ ଥିବାରୁ ମୁଁ ଶାହକୁ ବହି ଦେଇ ପୁଅର ସ୍ବପ୍ନକୁ ପୂରଣ କରିଛି ।"
ଇଟିଭି ଭାରତ, କଟକ