ETV Bharat / city

ରାଜ୍ୟରେ କାହିଁକି ନିୟନ୍ତ୍ରଣ ହେଉନାହିଁ କୋରୋନା ମୃତ୍ଯୁ ସଂଖ୍ୟା, ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ - କଟକ ଖବର

କମିଛି ସଂକ୍ରମଣ, ହେଲେ କମିନି କୋରୋନା ମୃତ୍ୟୁ ସଂଖ୍ୟା । ଅନଲକ ପ୍ରକ୍ରିୟା ହେବା ପରଠାରୁ ଲୋକମାନେ ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ....

Why is there no control over the corona death toll in the state?
ରାଜ୍ୟରେ କାହିଁକି ନିୟନ୍ତ୍ରଣ ହେଉନାହିଁ କୋରୋନା ମୃତ୍ଯୁ ସଂଖ୍ୟା , ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର
author img

By

Published : Nov 30, 2020, 3:22 PM IST

Updated : Dec 1, 2020, 10:01 AM IST

କଟକ: ରାଜ୍ୟରେ କମିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବ ତୁଳନାରେ ଏହା ନିୟନ୍ତ୍ରଣ ହେବାରେ ଲାଗିଛି। କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲଗାମ ଆସୁନାହିଁ। ପ୍ରତ୍ୟକ ଦିନ ମହାମାରୀ ନେଉଛି ଲୋକଙ୍କ ଜୀବନ । ଆଗକୁ ଦ୍ବିତୀୟ ଲହରୀ ଆସିଲେ ଆହୁରି ଚିନ୍ତା ବଢିଯିବ। ତେବେ କାହିଁକି କୋରୋନା ମୃତ୍ୟୁରେ ଲଗାମ ଲାଗୁ ନାହିଁ ? ଅନଲକ ପ୍ରକ୍ରିୟା ହେବା ପରଠାରୁ ଲୋକମାନେ ନିୟମକୁ ଉଲଙ୍ଘନ କରୁଛନ୍ତି। ବିଶେଷକରି ପୂର୍ବରୁ ଲୋକମାନେ ଯେମିତି ନିୟମ ମାନୁ ଥିଲେ ଏବେ କିନ୍ତୁ ଏଥିରେ ଉଲଙ୍ଘନ କରୁଛନ୍ତି। ସାମାଜିକ ଦୂରତା ନିୟମ ଅନେକ ଲୋକ ଭଙ୍ଗ କରୁଛନ୍ତି।

ରାଜ୍ୟରେ କାହିଁକି ନିୟନ୍ତ୍ରଣ ହେଉନାହିଁ କୋରୋନା ମୃତ୍ଯୁ ସଂଖ୍ୟା , ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର

ସେହିପରି ମାସ୍କ ବ୍ୟବହାର ,ନିୟମିତ ଭାବେ ହାତ ଧୋଇବାକୁ ମାନୁ ନାହାଁନ୍ତି ଲୋକେ। ଯାହା ପାଇଁ ଆଗକୁ ଆହୁରି ବଡ଼ ପରିସ୍ଥିତର ସାମନା କରିବାକୁ ପଡିବ। ଏହି ମହାମାରୀ ବୟସ୍କଙ୍କ ପାଇଁ ଅଧିକ ବିପଦ ରହିଛି। ଶିଶୁ, ଗର୍ଭବତୀଙ୍କ ପାଇଁ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିପାରେ। ଏହାର ନିରାକରଣ ପାଇଁ କେବଳ ମାସ୍କ, ସାମାଜିକ ଦୂରତା, ନିୟମିତ ଭାବରେ ହାତ ଧୋଇବା ଆବଶ୍ୟକ ରହିଛି। ଯେପର୍ଯ୍ୟନ୍ତ ଟିକା ନ ଆସିଛି ସଚେତନ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ତେବେ ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 1, 2020, 10:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.