ETV Bharat / city

ଆନନ୍ଦ ଭବନକୁ କେବେ ଫେରିବ ବିଜୁବାବୁଙ୍କ ଡାକୋଟା ? - Anand Bhavan

ଆନନ୍ଦ ଭବନରେ ରହିଛି ବିଜୁବାବୁଙ୍କ ଅନେକ ସ୍ମୃତି । ମାତ୍ର ସେହି ଆନନ୍ଦ ଭବନ ଆଜି ବି ଅପେକ୍ଷା କରିଛି ଭୂମିପୁତ୍ରଙ୍କ ସାହାସୀକତା ଓ ବୀରତ୍ବର ଗାଥା ବହନ କରୁଥିବା ତାଙ୍କ ପ୍ରିୟ ଡାକୋଟା ବିମାନକୁ । ଅଧିକ ପଢନ୍ତୁ...

when-will-bijubabus-dakota-return-to-anand-bhavan
ଆନନ୍ଦ ଭବନକୁ କେବେ ଫେରିବ ବିଜୁବାବୁଙ୍କ ଡାକୋଟା ?
author img

By

Published : Mar 16, 2020, 11:43 PM IST

କଟକ: ଆନନ୍ଦଭବନ; ଓଡିଶାର ବରପୁତ୍ର ବିଜୁ ବାବୁଙ୍କ ଜନ୍ମସ୍ଥାନ । କଟକର ଐତିହ୍ୟ ଓ ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ହେଉଛି ଏହି ଆନନ୍ଦ ଭବନ । 1916 ମସିହାରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ପରେ ଏହି ଠାରେ ହିଁ କଟିଛି ବିଜୁ ବାବୁଙ୍କ ବାଲ୍ୟକାଳ । ଆନନ୍ଦ ଭବନରେ ରହିଛି ବିଜୁବାବୁଙ୍କ ଅନେକ ସ୍ମୃତି । ମାତ୍ର ସେହି ଆନନ୍ଦ ଭବନ ଆଜି ବି ଅପେକ୍ଷା କରିଛି ଭୂମିପୁତ୍ରଙ୍କ ସାହାସିକତା ଓ ବୀରତ୍ବର ଗାଥା ବହନ କରୁଥିବା ତାଙ୍କ ପ୍ରିୟ ଡାକୋଟା ବିମାନକୁ ।

when-will-bijubabus-dakota-return-to-anand-bhavan
ବିଜୁବାବୁଙ୍କ ଡାକୋଟା

1947 ମସିହାରେ ଏହି ଡାକୋଟା ବିମାନ ସାହାଯ୍ୟରେ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ ବିଜୁ ପଟ୍ଟନାୟକ । ବିଭିନ୍ନ ମହଲରେ ଏଇ ବିମାନକୁ ଫେରାଇ ଆଣିବାର ଦାବି ସତ୍ବେ ଆଜି ପର୍ଯ୍ୟନ୍ତ ଏହାକୁ କୋଲକାତାରୁ ଓଡିଶା ଅଣାଯାଇ ପାରୁନାହିଁ । ତେବେ ବିମାନକୁ ଫେରାଇ ଆଣିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ । ମୋର ବାରମ୍ବାର ସଚେତନତା ସତ୍ବେ ମଧ୍ୟ ସରକାର ନୀରବ । ଖୁବଶୀଘ୍ର ଡାକୋଟକୁ କାଟି ଏୟାରପୋର୍ଟ ଅଥରିଟି ବିକି ଦେବେ ବୋଲି କହିଛନ୍ତି ଐତିହାସିକ ଅନୀଲ ଧିର ।

ଆନନ୍ଦ ଭବନକୁ କେବେ ଫେରିବ ବିଜୁବାବୁଙ୍କ ଡାକୋଟା ?

ଅନ୍ୟପଟେ ଏହି ଆନନ୍ଦ ଭବନ ଏବେ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଛି । ପଢିବାରେ ଖୁବ ରୁଚି ରଖୁଥିବା ବିଜୁବାବୁ ଏହି ଆନନ୍ଦ ଭବନରେ ଏକ ପାଠାଗାରର ମଧ୍ୟ ଉନ୍ମୋଚନ କରାଯାଇଛି । ଯାହାକୁ କିଛି ମାତ୍ରାରେ ଆଧୁନିକରଣ କରାଯାଇ ଇ-ଲାଇବ୍ରେରିରେ ପରିଣତ କରାଯାଇଛି । କିନ୍ତୁ ସ୍ଥାନ ପର୍ଯ୍ୟାପ୍ତ ନ ହେବାରୁ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ।

ତେବେ ଏହି ଆନନ୍ଦ ଭବନ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଅଧୀନରେ ରହିଛି । ଭବନ ପଛ ପଟେ ଥିବା ସ୍ଥାନରେ ଏକ ମେଗା ଲାଇବ୍ରେରୀ ହୋଇପାରିଲେ ଆହୁରି ସୁବିଧା ସୁଯୋଗ ମିଳିପାରିବ । ତେବେ ରାଜ୍ୟ ସରକାର ଓ ବିଭଗକୁ ପ୍ରସ୍ତାବ ଦିଆଯାଇଛି ଏବଂ ଆଗମୀ ଦିନରେ ଏହି ସମସ୍ୟା ମଧ୍ୟ ଦୂର ହେବା ନେଇ କହିଛନ୍ତି କଟକ ସାଂସଦ ଭତୃହରି ମହତାବ ।

ତେବେ କିଛି ଦିନ ତଳେ ପାଳନ ହୋଇଛି ବିଜୁ ବାବୁଙ୍କ 104 ତମ ଜନ୍ମଜୟନ୍ତୀ । ଯାହା ବେଶ ଧୁମଧାମରେ ପାଳନ କରିଥିଲେ ରାଜ୍ୟ ସରକାର । ତେଣୁ ଦେଖିବାକୁ ବାକି ରହିଲା ଆଗାମୀ ଜନ୍ମଜୟନ୍ତୀ ପୂର୍ବରୁ ଆନନ୍ଦଭବନକୁ ଫେରୁଛି ବିଜୁ ବାବୁଙ୍କ ଡାକୋଟା ନା ନାହିଁ ।

ତେବେ କିଛି ଦିନ ତଳେ ପାଳନ ହୋଇଛି ବିଜୁ ବାବୁଙ୍କ 104 ତମ ଜନ୍ମଜୟନ୍ତୀ । ଯାହା ବେଶ ଧୁମଧାମରେ ପାଳନ କରିଥିଲେ ରାଜ୍ୟ ସରକାର । ତେଣୁ ଦେଖିବାକୁ ବାକି ରହିଲ, ବିଜୁ ବାବୁଙ୍କ ଆଗାମୀ ଜନ୍ମଜୟନ୍ତୀ ପୂର୍ବରୁ ଆନନ୍ଦ ଭବନକୁ ଡାକୋଟା ଫେରି ପାରୁଛି କି ନାହିଁ ?

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.